Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିମ୍ନମାନର ମାସ୍କ ବଣ୍ଟନକୁ ନେଇ ଉତ୍ତେଜନା, ଏନ୍ଏସି କାର୍ଯ୍ୟାଳୟରେ ଲୋକଙ୍କ ହୋହଲ୍ଲ।

16/05/2020 at 2:44 PM

ସାନଖେମୁଣ୍ଡି ୧୬।୦୫: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ ଏ ସି କାର୍ଯ୍ୟାଳୟ ପକ୍ଷରୁ ନିମ୍ନମାନର ମାସ୍କ ବଣ୍ଟନକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଛି। ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ,ପୂର୍ବତନ କାଉନସିଲରଙ୍କ ସମେତ ବହୁ ସଂଖ୍ୟକ ସହର ବାସିନ୍ଦା ଏନ୍ ଏ ସି କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ସହ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରିବାସହ ହୋ ହୋହାଲ୍ଲା ମଧ୍ୟ କରିଥିଲେ। ପରେ ଅଭିଯୋଗର ତଦନ୍ତ ଦାବୀରେ ଲୋକେ ଏନ୍ ଏ ସି ନିର୍ବାହୀ ଅଧିକାରୀଙ୍କ ଅଫିସ ସମ୍ମୁଖରେ ଧାରଣା ବସିରହିଥିଲେ।

ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଙ୍କ  ହାତପାଣ୍ଠି ରୁ ମାସ୍କ,ସାବୁନ୍ ବଣ୍ଟନ ପାଇଁ ପ୍ରତି ୱାର୍ଡ ପିଛା ୨୦ ହଜାର ଟଙ୍କା ଆର୍ଥିକ ଅନୁଦାନ ମଞ୍ଜୁର ହୋଇଥିଲେ । ମାତ୍ର ଅନୁଦାନ ବ୍ୟୟରେ କେଳେଙ୍କାରି ହୋଇଥିବା ଲୋକେ ଅଭିଯୋଗ ଆଣିଛନ୍ତି । ସେହିପରି କ୍ୱାରେଣ୍ଟାଇନ ସେଣ୍ଟର ଗୁଡ଼ିକୁ ଯୋଗାଇ ଦିଆଯାଇଥିବା ପ୍ଲାଷ୍ଟିକ ବାଲ୍ଟି,ବ୍ରସ୍, ଟୁଥ ପେଷ୍ଟ୍ ସମେତ ଆନୁଷଙ୍ଗିକ ବିଭିନ୍ନ ସାମଗ୍ରୀ ଅତୀବ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି । ସହରର ବୁଲା ଗୋରୁ ଗାଈମାନଙ୍କୁ ଦିଆଯାଉଥିବା ଖାଦ୍ୟ ବାବଦ ଅର୍ଥ ସମେତ କ୍ୱାରେଣ୍ଟାଇନ ସେଣ୍ଟର ଗୁଡ଼ିକୁ  ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ  ମିଥ୍ୟା ବିଲ୍ କରାଯାଉଥିବା ଦର୍ଶାଇଛନ୍ତି । ଏନେଇ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗ ମିଥ୍ୟା ଓ ନିରାଧାର ବୋଲି କହିଛନ୍ତି। ପ୍ରତି ମାସ୍କ ୨୦ ଟଙ୍କା ଦରରେ ପଞ୍ଜିକୃତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଠାରୁ କ୍ରୟ କରାଯାଇଛି। ଏଥି ନିମନ୍ତେ ଏନ୍ ଏ ସି କାର୍ଯ୍ୟାଳୟ ପକ୍ଷରୁ ଗଠିକମିଟିର ସୁପାରିଶ ଭିତ୍ତିରେ ମାସ୍କ କ୍ରୟ କରାଯାଇଛି । ପ୍ରତି ୱାର୍ଡରେ ଅଙ୍ଗନୱାଡ଼ି କର୍ମୀ ଓ ଏନ୍ ଏସି କର୍ମଚାରୀ ମାନଙ୍କ ଦ୍ଵାରା ମାସ୍କ, ସାବୁନ ଲୋକଙ୍କୁ ବଣ୍ଟନ କାର୍ଯ୍ୟ ଚାଲୁରହିଛି । କୌଣସି ପ୍ରକାର ନିମ୍ନ ମାନର ମାସ୍କ ଲୋକଙ୍କୁ ଦିଆଯାଇନଥିବା ସେ କହିଛନ୍ତି । ଅପରପକ୍ଷରେ ଏନ୍ ଏ ସି କାର୍ଯ୍ୟାଳୟ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ସମସ୍ତ ବ୍ୟୟ ମଞ୍ଜୁରୀ ଅର୍ଥରାଶିର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ  ପୂର୍ବତନ ଏନ୍ ଏ ସି  ଅଧ୍ୟକ୍ଷ ଦାବୀ କରିଛନ୍ତି ।

   Related Posts