ବିବାଦରେ ମହିଳା ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ଦଳୀୟ ଚିହ୍ନ ଦେଇ ଫସିଗଲେ

Published By : Prameya-News7 Bureau | October 25, 2020 IST

ଭଦ୍ରକ, ୨୫/୧୦: ଶାରଦୀୟଦୁର୍ଗାପୂଜାର ବିଜ୍ଞାପନ ଦେଇ ଅକଳରେ ପଡିଲେ ମହିଳା ଥାନାଧିକାରୀ । ଏକ ଘରୋଇ ଖବର କାଗଜରେ ବିଜ୍ଞାପନ ବାହାରିଲା କିନ୍ତୁ ବିଜ୍ଞାପନରେ ଦଳୀୟ ଚିହ୍ନ ଓ ସ୍ଥାନୀୟ ବିଧାୟକଙ୍କ ଫୋଟୋ ମଧ୍ୟ ଥିଲା । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ଏପରିକି ଥାନାଧିକାରୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ ମଧ୍ୟ କରାଯାଉଛି ।

{"id":350467,"sizeSlug":"large"}

ଏହି ମହିଳା ଥାନାଧିକାରୀ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନାର ମୀନା ବିନ୍ଧାଣୀ । ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା ଦେଇ ଏବେ ସୋସିଆଲ ମିଡିଆରେ ରୋଷର ଶିକାର ହୋଇଛନ୍ତି । ସୂଚନାନୁସାରେ, ସେ ଏକ ଘରୋଇ ଖବର କାଗଜରେ ଏକ ବିଜ୍ଞାପନ ଦେଇଥିଲେ । ବିଜ୍ଞାପନରେ ମିନା ବିନ୍ଧାଣୀଙ୍କ ଶୁଭେଛା ବାର୍ତ୍ତା ରହିଛି । ଯେଉଁଥିରେ ସେ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ । କିନ୍ତୁ ବିଜ୍ଞାପନରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସହ ବିଜୁ ଜନତା ଦଳର ଦଳୀୟ ଚିହ୍ନ ରହିଛି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ପୂର୍ବରୁ ମଧ୍ୟ ମହିଳା ଥାନଧିକାରୀଙ୍କ ନାମରେ ରାଜନୈତିକ ଦଳକୁ ସମର୍ଥନ କରୁଥିବା ନେଇ ଅଭିଯୋଗ ହେଉଥିଲା । ଏବେ ବିଜ୍ଞାପନରେ ଚିହ୍ନକୁ ଦେଖି ସୋସିଆଲ ମିଡିଆରେ ନାନା ମନ୍ତବ୍ୟ ଦେଉଛନ୍ତି ସାଧାରଣ ଜନତା । ତେବେ ଏନେଇ ମହିଳା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ବିବାଦ ବଢିବା ପରେ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟିକରଣ ଦେଇଛନ୍ତି ଖବରକାଗଜର ଜିଲ୍ଲା ପ୍ରତିନିଧି । ଅସାବଧାନତା ବଶତଃ ଦଳୀୟ ଚିହ୍ନ ଓ ବିଧାୟକଙ୍କ ଫଟୋ ପ୍ରକାଶିତ ହୋଇଛି । ଅନିଚ୍ଛାକୃତ ତ୍ରୁଟି ପାଇଁ ସେ ଦୁଃଖିତ ବୋଲି କହିଛନ୍ତି । ଏହାକୁ ସଂଶୋଧନ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.