Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ତିବ୍ବତରେ ଚୀନର ଜଳ ବିଦ୍ୟୁତ ପ୍ରକଳ୍ପ, ଅଟକାଉଛି ବ୍ରହ୍ମପୁତ୍ର ପାଣି : ଭାରତ ପାଇଁ ବଡ ଚିନ୍ତା, ପ୍ରାକୃତିକ ବିପର୍ଯ୍ୟୟର ବଢିଲା ଆଶଙ୍କା

9/03/2021 at 2:36 PM

ନୂଆଦିଲ୍ଲୀ,୦୯/୦୩: ଗୋଟିଏ ଦିଗରେ ପାକିସ୍ତାନ ସୀମାରେ ଉତ୍ତେଜନା ସର୍ବଦା ଲାଗି ରହିଛି । ଅନ୍ୟ ପଟେ ଚାଇନା ଏବେ ଭାରତ ପାଇଁ ମୁଣ୍ଡବ୍ୟଥାର ନୂଆ କାରଣ ପାଲଟିଛି । ଡ୍ରାଗନ୍ ତିବ୍ବତରେ ଏକ ହାଇଡ୍ରୋପାଓ୍ୱାର ପ୍ରକଳ୍ପ କାମ ଶେଷ କରିଛି ।ଏହାକୁ ଭାରତୀୟ ସୀମା ନିକଟରେ ନିର୍ମାଣ କରିଛି ଚୀନ୍ ।

ଏହି ଡ୍ୟାମ୍ ବ୍ରହ୍ମପୁତ୍ର ନଦୀରେ ତିଆରି ହୋଇଛି । ଚାଇନା ପାର୍ଶ୍ୱରେ ଥିବା ନଦୀରେ ଏହାକୁ ତିଆରି କରିଛି ଚୀନ୍ । ଏହି ପ୍ରକଳ୍ପ ଭାରତ ପାଇଁ ଚିନ୍ତା ବଢାଇ ଦେଇଛି । କାରଣ ଥାଇ-ଲାଓ ସୀମା ଦେଇ ପ୍ରବାହିତ ହେଉଥିବା ମେକଙ୍ଗ୍ ନଦୀ ଆଉ ୨ ବର୍ଷର ସମ୍ପୂର୍ଣ୍ଣ ଭାବେ ଶୁଖି ଯିବାର ସମ୍ଭାବନା ରହିଛି । ଚୀନ ତିଆରି କରିଥିବା ଡ୍ୟାମ୍ ପାଇଁ ଏହି ନଦୀକୁ ଜଳ ପ୍ରବାହ କମିଯିବ । ଏହି ନଦୀ ଉପରେ କମ୍ବୋଡିଆ, ଲାଓସ, ଥାଇଲାଣ୍ଡ ଓ ଭିଏତନାମ ଆଦି ଦେଶ ନିର୍ଭର କରଥାନ୍ତି ।

ରିପୋର୍ଟ ଅନୁସାରେ, ଚୀନ୍ ବ୍ରହ୍ମପୁତ୍ର ନଦୀର ଉପର ମୁଣ୍ଡରେ ତିଆରି କରିଥିବା ଡ୍ୟାମ୍ ପାଇଁ ତଳ ମୁଣ୍ଡରେ ଜଳ ପ୍ରବାହ କମିଯିବ । ଏହାସହ ଆହୁରି ଅନେକ ପ୍ରକଳ୍ପ କାମ ମଧ୍ୟ ଚୀନ ତିବ୍ବତରେ କରୁଛି । ଅନେକ ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା କରିଛି ଡ୍ରାଗନ୍ । ୧୪ତମ ପଞ୍ଚବାର୍ଷିକୀ ଯୋଜନାରେ ଏହି ପ୍ଲାଣ୍ଟ୍ ତିଆରି ହୋଇଛି । ଏଥିରୁ ୬୦ ଗିଗା ଓ୍ୱାଟସର ବିଦ୍ୟୁତ ଉତ୍ପାଦନ ହେବ । ଯାହା ବିଶ୍ୱର ସର୍ବବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ହେବ ।

ଭାରତ ମଧ୍ୟ ବ୍ରହ୍ମପୁତ୍ରରେ ନୂଆ ଡ୍ୟାମ୍ ନିର୍ମାଣ କାମ ଆରମ୍ଭ କରିବା ପାଇଁ ଯୋଜନା କରିଛି । ତେବେ ବେଜିଂ ନଦୀର ଜଳଧାରକୁ କମାଇବା ସମ୍ଭାବନା ରହିଛି । ସବୁଠାରୁ ବଡ କଥା ହେଉଛି ଯେ, ପରିବେଶବିତ୍ ଓ ତିବ୍ବତିଆନମାନେ ଚୀନର ପ୍ରକଳ୍ପକୁ ବିରୋଧ କରୁଛନ୍ତି । ଏହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । ଏହି ଡ୍ୟାମ୍ ପାଇଁ ଭୂମିକମ୍ପ ଓ ମାଟି ଧସିବା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ପରିବେଶବିତ ମାନେ କହିଛନ୍ତି । କେବଳ ଏତିକି ନୁହେଁ ବେଜିଂ ଏହି ଡ୍ୟାମକୁ ବିଶ୍ୱର ବଡ ଡ୍ୟାମ ବୋଲି ଦାବି କରୁଛି । ଯଦି ବନ୍ୟା ଆସେ ଓ ଡ୍ୟାମର ଗେଟ୍ ଖୋଲିଯାଏ ତେବେ ୧୪୦ ସହର ଓ ୧୦୦୦ ଗାଁ ପ୍ରଭାବିତ ହେବା ସମ୍ଭାବନା ରହିଛି। ଏହାସହ ୧୦ ଲକ୍ଷ ଲୋକଙ୍କ ଜୀବନଜୀବିକା ହରାଇବା ନେଇ ଆଶଙ୍କା ମଧ୍ୟ ପ୍ରକାଶ ପାଇଛି ।

   Related Posts