Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ମୋଦୀଙ୍କୁ ପ୍ରଶଂସା କରି ଅଡୁଆରେ ଗୁଲାମ ନବୀ ଆଜାଦ, କଂଗ୍ରେସରେ ଜୋର୍ ଧରିଲା ଅସନ୍ତୋଷ

2/03/2021 at 9:39 AM

ନୂଆଦିଲ୍ଲୀ, ୦୨|୦୩ :   ଜମ୍ମୁ-କାଶ୍ମୀରରେ ଜି-୨୩ ନେତାଙ୍କୁ ଭେଟିବା ଓ ଗୁଲାମ ନବୀ ଆଜାଦଙ୍କ ତରଫରୁ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ପରେ କଂଗ୍ରେସରେ କମ୍ପନ ଆରମ୍ଭ ହୋଇଯାଇଛି ।ଏହି କାରଣରୁ ଜମ୍ମୁ-କାଶ୍ମୀର ପିସିସି ସଭାପତି ଗୁଲାମ ଅହମ୍ମଦ ମୀର କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳଙ୍କୁ ସୋମବାର ବେଟିଛନ୍ତି । ଦିଲ୍ଲୀରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେ ରାଜ୍ୟ ପ୍ରଭାରୀ ରଜନୀ ପାଟିଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।

ସୂତ୍ରାନୁସାରେ, ମୀର୍ ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ଦେଖି ଜାତୀୟ ନେତାଙ୍କୁ ଅବଗତ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଦଳର ରାଜ୍ୟସ୍ତରୀୟ ନେତା ମାନେ ଗୁଲାମନବୀ ଆଜାଦ ମୋଦୀଙ୍କୁ କରିଥିବା ପ୍ରଶଂସା କାରଣରୁ ଅସନ୍ତୁଷ୍ଟ ଅଛନ୍ତି ।

ଗତ କିଛିଦିନ ତଳେ ଜମ୍ମୁରେ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ଏକ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଏହାର ମୁଖ୍ୟ ଥିଲେ ଗୁଲାମ ନବୀ ଆଜାଦ । ଏହି କାର୍ଯ୍ୟକ୍ରମରେ ଜି-୨୩ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଦଳର ରାଜ୍ୟ ସଭାପତିଙ୍କୁ ଡକା ଯାଇନଥିଲା । ଆଜାଦ ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ନେତାଙ୍କ ସହ ଆଲୋଚନା କରିଥିଲେ । ଗୁଲାମ ଅହମ୍ମଦ ମୀର ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ସେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବୈଠକ କରିପାରନ୍ତି ।

ସୂଚନାଯୋଗ୍ୟ, ଗୁଲାମ ନବୀଙ୍କ ବୟାନ ଜି-୨୩ର ଅନେକ ନେତାଙ୍କୁ ପସନ୍ଦ ଆସିନଥିଲା । ଆଜାଦ ଏପରି କହିବା ଠିକ୍ ନୁହେଁ ବୋଲି ଜଣେ ନେତା ପରିଚୟ ଲୁଚାଇ କହିଛନ୍ତି । ଏହା ଜି-୨୩କୁ ମଜବୁତ କରିବା ଲକ୍ଷ୍ୟଠୁ ଦୂରରେ ବୋଲି ସେ କହିଛନ୍ତି ।

   Related Posts