Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଫାର୍ମାସିଷ୍ଟଙ୍କ ଡେପୁଟେସନକୁ ନେଇ ତାତିଲେ ଲୋକେ, ପରିଦର୍ଶନରେ ଆସିଥିବା ୩ ଅଧିକାରୀଙ୍କ ସହ ଗାଡିକୁ ରଖିଲେ ଅଟକ

17/09/2021 at 5:48 PM

ଢେଙ୍କାନାଳ ୧୭।୯: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡିଶା ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି । ଫାର୍ମାସିଷ୍ଟ ଦୀପ୍ତି ମଲ୍ଲିକଙ୍କ ୧୫ ଦିନିଆ ଡେପୁଟେସନକୁ ବିରୋଦ୍ଧ କରିଥିଲେ ଅଞ୍ଚଳବାସୀ ।

ସୂଚନାଯୋଗ୍ୟ ଯେ, ଫାର୍ମାସିଷ୍ଟ ଦୀପ୍ତି ମଲ୍ଲିକ ଦୀର୍ଘ ଦିନ ହେବ ଏହି ଡାକ୍ତରଖାନାରେ କାର୍ଯ୍ୟ କରିଆସୁଥିଲେ । କିନ୍ତୁ ଶୁକ୍ରବାର ଅଞ୍ଚଳବାସୀ ତାଙ୍କର ୧୫ ଦିନିଆ ଡେପୁଟେସନର ଖବର ପାଇ ଡାକ୍ତରଖାନାରେ ରୁଣ୍ଡ ହୋଇଥିଲେ । ସେହି ସମୟରେ ମଠକରଗୋଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୩ ଜଣ ଅଧିକାରୀ କୋଭିଡ୍-୧୯ ଟିକା ପରିଚାଳନାର ତଦାରଖ କରିବାକୁ ଆସି ଅଞ୍ଚଳବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଅଧିକାରୀମାନଙ୍କୁ ଦୀର୍ଘ ୪ ଘଣ୍ଟା ଅଟକ ରଖିଥିଲେ । ପରେ ଭୁବନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ଅଧିକାରୀମାନଙ୍କ ମଧ୍ୟରୁ ଲକ୍ଷ୍ମୀଧର ସାହୁ ବ୍ଲକ୍ ଆକାଉଣ୍ଟସ ମ୍ୟାନେଜର, ମମତା ସାହୁ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର, ମାନସ ମିଶ୍ର ପବ୍ଲିକ ହେଲ୍ଥ ଏସ୍କଟେସନ ଅଫିସର ସହ ଗାଡି ଚାଳକ ଗତିକୃଷ୍ଣ ଖୁଣ୍ଟିଆ ଅଟକ ରହିଥିଲେ ।

   Related Posts