Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ହତ୍ୟା ସନ୍ଦେହ

18/09/2021 at 5:16 PM

ବଡବିଲ ୧୮।୯: ଯୋଡ଼ାଠାରେ ଥିବା ଟାଟା ଷ୍ଟିଲ ପ୍ରୋଜେକ୍ଟ କ୍ୟାମ୍ପରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା । ହତ୍ୟା ଆଶଙ୍କା କଲେ ସହକର୍ମୀ ଶ୍ରମିକ । ଟାଟା ଷ୍ଟିଲ ଅଧିନରେ କାମ କରୁଥିବା ଠିକା ସଂସ୍ଥା ‘ଅନେଜା କନ୍‌ଷ୍ଟ୍ରକ୍ସନ’ର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଏଭଳି ପରିସ୍ଥିତି ଉପୁଜିଥିଲା । ମୃତ ଶ୍ରମିକ ଉତ୍ତର ପ୍ରଦେଶର ଅଜୟ କୁମାର ।

ଶୁକ୍ରବାର ବିଳମ୍ବିତ ରାତିରେ କ୍ୟାମ୍ପ୍‌ ପରିସରରେ ଅଜୟଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ଯୋଡ଼ା ପୋଲିସକୁ ଖବର ଦିଆଯିବା ପରେ ମୃତଦେହକୁ ସେଠାରୁ ଉଦ୍ଧାର କରି ଟାଟା ଷ୍ଟିଲ ଡାକ୍ତରଖାନାର ଶବଗୃହରେ ରଖାଯାଇଥିଲା । ତେବେ ସେମାନଙ୍କୁ ଅବଗତ ନକରି ମୃତଦେହକୁ ରାତାରାତି ବାହାରକୁ ପଠାଇ ଦିଆଗଲା, ଯାହାଫଳରେ ସହକର୍ମୀ ଶ୍ରମିକଙ୍କ ସନ୍ଦେହ ଜାତ ହୋଇଥିଲା । ଏହା ଆତ୍ମହତ୍ୟା ନୁହେଁ, ବରଂ ଅଜୟକୁ ହତ୍ୟାକରି କେହି ଟାଙ୍ଗି ଦେଇଛି ବୋଲି ସହକର୍ମୀ ଶ୍ରମିକମାନେ ଅଭିଯୋଗ କରିଛି ।

ଶନିବାର ସକାଳୁ ସମସ୍ତ ଶ୍ରମିକ କାମ ବନ୍ଦ କରି କ୍ୟାମ୍ପ ପରିସରରେ ଏକାଠି ହୋଇ ନିରପେକ୍ଷ ତଦନ୍ତ ଦାବି କରିବା ସହ ମୃତକର ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ତେବେ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଶ୍ରମିକଙ୍କୁ ବହୁ ବୁଝାସୁଝା ପରେ ସ୍ଥିତି ସାମାନ୍ୟ ହୋଇଥିଲା । ପରିବାର ଲୋକେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଏନେଇ ସଂପୃକ୍ତ ଠିକା କମ୍ପାନୀ କିମ୍ବା ଟାଟା କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

   Related Posts