ଅର୍ଣ୍ଣବଙ୍କୁ ଆଶ୍ୱସ୍ତି ନାହିଁ : ୧୯୧୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ମୁମ୍ବାଇ ପୋଲିସ, ଅଭିଯୋଗ ଫର୍ଦ୍ଦରେ ୬୫ ସାକ୍ଷୀ

Published By : Prameya-News7 Bureau | December 05, 2020 IST

ମୁମ୍ବାଇ,୦୫/୧୨:   ୨୦୧୮ରେ ଆତ୍ମହତ୍ୟା ପାଇଁ ଉସକାଇବା ମାମଲାରେ ମହାରାଷ୍ଟ୍ର ପୋଲିସ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଆଲିବାଗର ଏକ କୋର୍ଟରେ ପୋଲିସ ଏହି ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ୬୫ଜଣଙ୍କୁ ସାକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି । ଆହୁରି ମଧ୍ୟ ଫିରୋଜ ଶେକ୍ ଓ ନୀତିଶ ଶାରଦାଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ ।

ଏହି ଚାର୍ଜସିଟ୍ ୧୯୧୪ ପୃଷ୍ଠାର ରହିଛି । ଏହାସହ ୬୫ଜଣଙ୍କୁ ସାକ୍ଷ୍ୟ ଭାବେ ମଧ୍ୟ ଦର୍ଶାଇଉି ମହାରାଷ୍ଟ୍ର ପୋଲିସ । ପୋଲିସ ସେହି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଯେଉଁଠାରେ ଇଣ୍ଡେରିୟର ଡିଜାଇନର ଅନଓ୍ୱ ନାଇକ ଓ ତାଙ୍କ ମାଁ କୁମୁଦଙ୍କୁ ଆତ୍ମହତ୍ୟା ପାଇଁ ଉସକାଉଥିବା ଅଭିଯୋଗ ହୋଇଥିଲା । ସରକାରୀ ଓକିଲଙ୍କ କହିବାନୁସାରେ, ଅର୍ଣ୍ଣବଙ୍କ ବ୍ୟତୀତ ପିରୋଜ ଓ ନୀତିଶଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।

ଅର୍ଣ୍ଣବଙ୍କୁ ଗିରଫ କରିବାର ୩୦ ଦିନ ପରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି । ଧାରା ୩୦୬ ଆଧାରରେ ଏହା ଦାଖଲ ହୋଇଛି । ଏହି ଧାରା ୧୦ ବର୍ଷର ଜେଲ ଦଣ୍ଡ ଓ ଜରିମାନାକୁ ବୁଝାଏ । ଏହାସହ ୧୦୯ ଧାରା ମଧ୍ୟ ଅର୍ଣ୍ଣବଙ୍କ ବିରୋଧରେ ଲାଗୁ ହୋଇଛି ।

ସୂଚନାଯୋଗ୍ୟ, ଅର୍ଣ୍ଣବ ଗୋସ୍ୱାମୀ ଗୁରୁବାର ମୁମ୍ବାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ ୨୦୧୮ ଅନଓ୍ୱ ନାଇକ୍ ଆତ୍ମହତ୍ୟା ମାମାଲାରେ ଚାର୍ଜସିଟ୍ ଦାଖଲ ଓ ତଦନ୍ତ ଉପରେ ରୋକ୍ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହି ଆବେଦନ ଉପରେ ଏବେ ଶୁଣାଣି ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.