ରେମୁଣା ମହୋତ୍ସବରେ ଉତ୍ତେଜନା ; ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୫ରୁ ଅଧିକ ଆହତ
30/01/2019 at 8:21 AM

ରେମୁଣା ୩୦|୧: ବାଲେଶ୍ବର ରେମୁଣା ମହୋତ୍ସବରେ ଗତକାଲି ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହେଇଥିଲା। ଉଭୟ ପକ୍ଷର ଯୁବକ ହାତରେ ଠେଙ୍ଗା। ବାଡ଼ି ଓ ମାରଣାସ୍ତ୍ରମାନ ଧରି ଉଭୟଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ୫ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଅନେକ ଗାଡ଼ମଟର ଭଙ୍ଗାରୁଜା ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ପୋଲିସ ସେଠାରେ ୨ଘଂଟା ପାଇଁ ୧୪୪ଧାରା। ଜାରିକରିଥିଲା।

ଏହି ସଂଘର୍ଷ ସ୍ଥାନୀୟ ଗନିପୁର ଓ ମନ୍ଦାରପୁରର ଯୁବକ ମାନଙ୍କ ମଧ୍ୟରେ ହୋଇଥିବାର ଜଣାପଡ଼ଛି। ଉତ୍ତେଜନା ଲାଗିରହିଥିବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି । ସେହିଭଳି ସେଠାରେ ପରିସ୍ଥିତିକୁ ନିୟନ୍ତ୍ରଣା କରିବା ପାଇଁ ଆଜି ମଧ୍ୟ ଦୋକାନ ବଜାର ବନ୍ଦ ରଖାଯାଇଛି। ସନ୍ଧ୍ୟାରେ ମହୋତ୍ସବ ହେବକି ନାହିଁ ତାହା ସନ୍ଦେହ ଘେରରେ ରହିଛି।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021