ଛାତ୍ରୀଙ୍କୁ ଶିକ୍ଷକଙ୍କ ଚେକିଂ ନେଇ ପ୍ରତିବାଦ, ପରୀକ୍ଷାର୍ଥୀଙ୍କୁ ସ୍କ୍ବାର୍ଡ ଏକ୍ସପେଲ୍ଡ କରିବାରୁ ଉତ୍ତେଜନା

Published By : Prameya-News7 Bureau | March 18, 2020 IST

ବୌଦ୍ଧ ୧୮।୩: ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ଏକ୍ସପେଲ୍ଡ କରିବା ଏବଂ ଛାତ୍ରୀମାନଙ୍କୁ ଶିକ୍ଷକମାନେ ଚେକିଂ କରିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ପରୀକ୍ଷା ଚାଲିଥିବା ସମୟରେ ୪ ଜଣିଆ କେନ୍ଦ୍ରୀୟ ସ୍କ୍ବାର୍ଡ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେଠାରେ ପହଞ୍ଚିଥିଲା । ପରୀକ୍ଷା ଚାଲିଥିବା ସମୟରେ ବିଭିନ୍ନ କାରଣରୁ ୨୦ ଜଣ ପରୀକ୍ଷାର୍ଥୀଙ୍କୁ ଏକ୍ସପେଲ୍ଡ କରିଥିବା ଜଣାପଡିଛି ।

{"id":240414,"sizeSlug":"large"}

ଅନ୍ୟପଟେ ସ୍କ୍ବାର୍ଡରେ ଥିବା ପୁରୁଷ ଅଧ୍ୟାପକମାନେ କିଛି ଛାତ୍ରୀଙ୍କୁ ଚେକିଂ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ବିନା କାରଣରେ ପୁରୁଷ ହୋଇ ଛାତ୍ରୀଙ୍କୁ ଚେକ୍ କରିବା ଓ ଏକ୍ସପେଲ୍ଡ କରିବାର କାରଣକୁ ନେଇ ଛାତ୍ରଛାତ୍ରୀମାନେ ସ୍କ୍ବାର୍ଡ ଟିମ୍ କୁ କଲେଜ ପରିସରରେ ଅଟକ ରଖିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

{"id":240415,"sizeSlug":"large"}

ଖବର ପାଇ ଅତିରିକ୍ତ ଜିଲ୍ଲାପାଳ କଲେଜରେ ଏବେ ପହଞ୍ଚିଛନ୍ତି । ବର୍ତ୍ତମାନ କଲେଜ କର୍ତ୍ତୃପକ୍ଷ ଏବଂ ସ୍କ୍ବାର୍ଡ ଟିମ୍ ସହିତ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.