ନ୍ୟୁଜ୍ ସେଭେନ୍‌ର ଭୋଟ୍ ଓଡ଼ିଶା ଜନମତ ସର୍ଭେର ଦ୍ବିତୀୟ ଦିନ : ବରି ଓ ଖଣ୍ଡପଡାରେ ଅଭାବନୀୟ ପରିସ୍ଥିତି, ଭୋଟବାକ୍ସ ଲୁଟି ଉଦ୍ୟମ

Published By : Prameya-News7 Bureau | February 21, 2019 IST

ଭୁବନେଶ୍ବର ୨୧|୨: ଭୋଟ୍‌ ପୂର୍ବରୁ ଭୋଟ୍‌ ।ନ୍ୟୁଜ୍‌ ସେଭେନ୍‌ର ଭୋଟ୍‌ ଓଡ଼ିଶା ଜନମତ ସର୍ଭେର ଦ୍ବିତୀୟ ଦିନ । ସାରା ରାଜ୍ୟରେ ଲୋକେ ଉତ୍ସାହର ସହିତ ନ୍ୟୁଜ୍‌ ସେଭେନ୍‌ର ଭୋଟ୍‌ ଓଡ଼ିଶାରେ ଭାଗ ନେଇଥିବା ବେଳେ କେତେକ ସ୍ଥାନରେ ଗଣ୍ଡଗୋଳ ହୋଇଛି ।ଆଜି ୫୨ଟି ଆସନରେ ବୁଲିଛି ଭୋଟ୍‌ ଓଡ଼ିଶା ବାଲଟ୍‌ ବକ୍ସ ।

{"id":87400}

ଭୋଟ୍‌ ପୂର୍ବରୁ ଭୋଟ୍‌। ସାଧାରଣ ନିର୍ବାଚନ ପୂର୍ବରୁ ଭୋଟର ରଖୁଛନ୍ତି ନିଜର ମତ ।ନିଜ ନିର୍ବାଚନମଣ୍ଡଳୀର ରାଜନୈତିକ ସ୍ଥିତି ଏବଂ ପ୍ରମୁଖ ପ୍ରସଙ୍ଗ ନେଇ ଜନସାଧାରଣ ରଖିଛନ୍ତି ମତ ।ଗତକାଲିଠୁ ଆରମ୍ଭ ହୋଇଥିବା ରାଜ୍ୟ ଟେଲିଭିଜନ ଇତିହାସର ସବୁଠୁ ବଡ଼ ଜନମତ ସର୍ଭେକୁ ନେଇ ଆଜି ଦ୍ବିତୀୟ ଦିନରେ ଦେଖିବାକୁ ମିଳିଥିଲା ନାହିଁନଥିବା ଉତ୍ସାହ ।ଭୋଟ୍ ଓଡ଼ିଶା ଗାଡ଼ିକୁ ଦେଖି ଲୋକେ ସ୍ବତଃ ପ୍ରବୃତ୍ତ ଭାବେ ବହୁ ସଂଖ୍ୟାରେ ଏହା ନିକଟକୁ ଚାଲି ଆସିଥିଲେ ।

{"id":87401}

ଉପକୂଳରୁ ପଶ୍ଚିମ ଓଡ଼ିଶା, ଉତ୍ତରରୁ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସବୁଠି ଭୋଟ୍‌ ଓଡ଼ିଶାକୁ ନେଇ ନାହିଁନଥିବା ଉତ୍ସାହ ।ଏ ହେଉଛି ମାଓବାଦୀ ଅଧ୍ୟୁଷିତ ମାଲକାନଗିରିର ଚିତ୍ରକୋଣ୍ଡାର ଦୃଶ୍ୟ ।ନିଜ ନିର୍ବାଚନମଣ୍ଡଳୀର ରାଜନୈତିକ ବାତାବରଣକୁ ନେଇ ମତ ରଖିବାକୁ ଆଗେଇ ଆସିଛନ୍ତି ଏଠାକାର ବାସିନ୍ଦା ।ମୟୂରଭଞ୍ଜର କରଞ୍ଜିଆରେ ମଧ୍ୟ ଉତ୍ସାହ କିଛି କମ୍‌ ନୁହେଁ ।ଉପାନ୍ତ ଅଞ୍ଚଳରେ ପ୍ରବଳ ଉତ୍ସାହ ଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଭୋଟରଙ୍କ ଉତ୍ସାହ କିଛି କମ୍‌ ନଥିଲା ।ଏ ହେଉଛି ଉତ୍ତର-ଭୁବନେଶ୍ବର ବିଧାନସଭା ଆସନର ଚିତ୍ର।

{"id":87402}

ଶାନ୍ତି ଶୃଙ୍ଖଳାର ସହିତ ଭୋଟ୍‌ ଓଡ଼ିଶା କାର୍ଯ୍ୟକ୍ରମ ଆଗେଇ ଚାଲିଥିବା ବେଳେ କେତେକ ସ୍ଥାନରେ ବିଶୃଙ୍ଖଳା ଦେଖାଦେଇଥିଲା ।ଯାଜପୁର ବରୀରେ ଭୋଟ ଓଡ଼ିଶା ସର୍ଭେ ବେଳେ ଗଣ୍ଡଗୋଳ ।  ନ୍ୟୁଜ ସେଭେନ ଟିମ୍ ବରୀ ମୁଖ୍ୟ ବଜାରରେ ପହଞ୍ଚିବା ବେଳେ ସେଠାରେ ଲୋକଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖାଯାଇଥିଲା। କିନ୍ତୁ ପରେ ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା ।  ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଆଉ ତା ପରେ ଭୋଟ ଓଡ଼ିଶା ବାକ୍ସ ଛଡ଼ାଇନେବା ଲାଗି ଦୁଇ ଗୋଷ୍ଠୀ ଭିତରେ ମାରଧର ଆରମ୍ଭ ହୋଇଯାଇଥିଲା। ଜଣେ ଲୋକ ବାକ୍ସ ଧରି ଦୌଡ଼ିଥିଲେ । ବାଲଟ୍‌ ପେପରକୁ ମଧ୍ୟ କିଛି ଲୋକ ଛଡ଼ାଇନେଇଥିଲେ। ତେବେ ପରିସ୍ଥିତି ଶାନ୍ତି ପଡ଼ିବା ପରେ ନ୍ୟୁଜ ସେଭେନ ଟିମ୍  ଅନ୍ୟ ସ୍ଥାନକୁ ଯାଇଥିଲେ। ସେହିଭଳି ଖଣ୍ଡପଡାରେ ମଧ୍ୟ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

{"id":87403}

ସେହିପରି ନୟାଗଡ଼ ଖଣ୍ଡପଡ଼ାରେ ଭୋଟ୍‌ ଓଡ଼ିଶା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କିଛି ଲୋକ ବାଲଟ୍‌ ପେପର ଛଡାଇ ନେବା ସହ ଠେଲାପେଲା କରିଥିଲେ। ଏମିତିକି ପୋଲିସ ଉପସ୍ଥିତିରେ ମତ ସଂଗ୍ରହ ବେଳେ ବି ଗଣ୍ଡଗୋଳ ହୋଇଥିଲା ।

{"id":87404}

ବୁଧବାର ୫୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଜନମତ ସଂଗ୍ରହ ହୋଇଥିବା ବେଳେ ଆଜି ୫୨ଟି ନିର୍ବାଚନମଣ୍ଡଳୀରେ ମତଦାତା ରଖିଛନ୍ତି ମତ ।ଆସନ୍ତାକାଲି ଶେଷ ପର୍ଯ୍ୟାୟରେ ବାକି ୩୭ଟି ଆସନରେ ହେବ ଭୋଟ୍ ଓଡ଼ିଶା ଜନମତ ସର୍ଭେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.