Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବେଆଇନ ଘେରି ଉଚ୍ଛେଦ ବେଳେ ମାଫିଆ-ପ୍ରଶାସନ ମୁହାଁମୁହିଁ, ଚିଲିକା ମଝିରେ ଆକ୍ରମଣ କଲେ ମାଫିଆ

2/02/2020 at 8:56 AM

ଟାଙ୍ଗୀ ୨।୨: ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରହିଥିବା ବେଳେ ଶନିବାର  ସ୍ଥାନୀୟ ମାଫିଆ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଘେରି ଉଚ୍ଛେଦ ବେଳେ ଶନିବାର ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ମାଫିଆମାନେ ଘେରାବନ୍ଦୀ କରି ରଖିବା ସହିତ ମାରପିଟ୍ କରିଥିଲେ । ଚିଲିକା ମଝିରେ ଏହି ଘଟଣା ଘଟିଛି ।

ଶନିବାର ବାଲିପାଟପୁର ଓ ଭୂଷଣ୍ଡପୁରରେ ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ ବେଳେ ସ୍ଥାନୀୟ କିଛି ମାଫିଆ ପ୍ରଶାସନକୁ ଘେରି ଯାଇଥିଲେ । ଘଣ୍ଟା ଘଣ୍ଟା ଧରି ସେମାନେ ଘେରାଉ କରି ରଖିବା ଖୋର୍ଦ୍ଧା ଉପଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଏବଂ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କ ନେତୃତ୍ବରେ ଯାଇଥିବା ଟିମକୁ ଅଟକାଇ ରଖିଥିଲେ । ବହୁ ବୁଝାସୁଝା ପରେ ଶେଷରେ ସେମାନେ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ଛାଡ଼ିଥିଲେ ।

   Related Posts