Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବକଙ୍କ ମୃତ୍ୟୁକୁ ନେଇ ଝାରସୁଗୁଡା ମେଡିକାଲରେ ଉତ୍ତେଜନା, ଶବ ଦେହରେ ନର୍ସ ସାଲାଇନ୍ ଲଗାଇଥିବା ଅଭିଯୋଗ

ଝାରସୁଗୁଡା ୧୨।୯: ପୁଣି ଆସିଲା ଡାକ୍ତରୀ ଅବହେଳା ଅଭିଯୋଗ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଷ ପିଇ ଥିବା ଜଣେ ଯୁବକଙ୍କୁ ଭର୍ତ୍ତି କରାଯାଇଥିଲା। ଠିକ୍ ସମୟରେ ଡାକ୍ତର ନ ଆସିବାରୁ ଯୁବକର ମୃତ୍ୟୁ ହେବା ପରେ ମୃତକଙ୍କ ଦେହରେ ସାଲାଇନ ଦେଇଥିଲେ ନର୍ସ । ଏଭଳି ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ପରିବାର ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଅନ୍ତର୍ଗତ ଜଲିବାହଲ ଗାଁର କ୍ଷେତ୍ର କିଷାନ ନାମକ ବ୍ୟକ୍ତି ବିଷ ପିଇଦେଇଥିଲେ । ଏହା ଜଣାପଡିବା ପରେ ତାଙ୍କ ପରିବାର ଲୋକେ କ୍ଷେତ୍ରକୁ ନିକଟସ୍ଥ ମୁଦ୍ରାଜୋର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଚିକିତ୍ସା ଠିକ୍ ନ ହେବାରୁ ପରିବାର ଲୋକେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ରୋଗୀର ଚିକିତ୍ସା କରିବାରେ ବିଳମ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ତେବେ ମୃତ୍ୟୁ ହେବା ପରେ ନର୍ସ ଶବ ଦେହରେ ସାଲାଇନ ଲଗାଇବାରୁ କିଛି ସମୟ ପାଇଁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାର ତଦନ୍ତ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

   Related Posts