ଆଶ୍ରମ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ, ଶିକ୍ଷକଙ୍କ ଅବହେଳାକୁ ନେଇ ତାତିଲେ ଲୋକେ

Published By : Prameya-News7 Bureau | January 14, 2020 IST

ମାଲକାନଗିରି ୧୪।୧: ଆଶ୍ରମ ବିଦ୍ୟାଳୟର ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ମାଲକାନଗିରି ଜିଲ୍ଲା ପଦ୍ମଗିରି ସେବାଶ୍ରମରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା ।

{"id":211057,"sizeSlug":"large"}

ସୂଚନାଯୋଗ୍ୟ ଯେ, ବଇଲାପାରି ଗାଁ ଶିବ ମାଡକାମୀ ନାମକ ଜଣେ ଆଦିବାସୀ ଛାତ୍ର ପଦ୍ମଗିରି ସେବାଶ୍ରମର ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ହେଲେ ଗତ କିଛି ଦିନ ଧରି ଛାତ୍ର ଜଣଙ୍କ ଜ୍ବର ଆକ୍ରାନ୍ତ ହୋଇ ରହିଥିବା ବେଳେ ପରିବାର ଲୋକେ ତାଙ୍କୁ ଘରକୁ ନେବା ପାଇଁ ଆସିଥିଲେ । ହେଲେ ବିଦ୍ୟାଳୟରେ ରହି ସେ ଚିକିତ୍ସା ହେଉଥିବା ଦର୍ଶାଇ ଶିକ୍ଷକ ତାଙ୍କୁ ଛୁଟି ଦେଇନଥିଲେ । ତେବେ ଛାତ୍ରଙ୍କ ଦେହ ଅଧିକ ଅସୁସ୍ଥ ହେବା ପରେ ଶିକ୍ଷକମାନେ ତାଙ୍କୁ ପଦ୍ମଗିରି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗତକାଲି ରାତିରେ ସେଠାରେ ପହଞ୍ଚିଲା ବେଳକୁ ଛାତ୍ର ଜଣଙ୍କ ପ୍ରାଣ ହରାଇ ସାରିଥିଲେ । ଏହି ଘଟଣାକୁ ନେଇ ଗାଁ ଲୋକେ ବିଦ୍ୟାଳୟର ଶିକ୍ଷକଙ୍କ ଅବହେଳାକୁ ଦାୟୀ କରିଛନ୍ତି । ଶିକ୍ଷକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଲାଗି ବିଦ୍ୟାଳୟ ଭିତରେ ଆନ୍ଦୋଳନ କରୁଛନ୍ତି ଗାଁ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.