Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଆବଶ୍ୟକ ନାହିଁ, ତଥାପି ଚାଲିଛି ଡ୍ରେନ୍‌ ଖୋଳା କାମ ; ଗ୍ରାମବାସୀଙ୍କ ପ୍ରବଳ ବିରୋଧ

20/07/2021 at 12:47 PM

ବାଙ୍କୀ ୨୦।୦୭: ଡ୍ରେନ୍‌ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ । କାମ ବନ୍ଦ କରିବାକୁ ନେଇ ଶତାଧିକ ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦେଲେ ଦାବିପତ୍ର । ବାଙ୍କି ବିଲିପଡ଼ା ଗାଁରେ ଘଟଣା । ଆଗାମୀ ଦିନରେ ଯଦି କାମ ବନ୍ଦ ନହୁଏ, ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

ଖବର ଅନୁଯାୟୀ, ବାଙ୍କୀ ବିଲିପଡ଼ା ଗାଁ ମଝିରେ ତଥା ଗ୍ରାମବାସୀଙ୍କ ବିନା ସହମତିରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଡ୍ରେନ୍‌ କାମ ଚାଲିଛି । କାମକୁ ବିରୋଧ କରି ଶତାଧିକ ଗ୍ରାମବାସୀମାନେ ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନାଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି । ଅନ୍ୟପଟେ  ଡ୍ରେନ କାମ ନିର୍ମାଣକୁ ଗ୍ରାମବାସୀମାନେ ପ୍ରତିବାଦ କରିବାରୁ , ଜୀବନରୁ ମାରିବାକୁ ଠିକାଦାର ଧମକ ଦେଉଛନ୍ତି ବୋଲି ଅଭିଯୋଗ ଆସିଛି।

ତେବେ ଗ୍ରାମବାସୀଙ୍କ ଦାବି ଯେ, ଗାଁ ମଝିରେ ଡ୍ରେନର କିଛି ଆବଶ୍ୟକତା ନାହିଁ, କେବଳ ଅଯଥାରେ  ସରକାରୀ ଅର୍ଥକୁ ହରିଲୁଟ କରିବା ପାଇଁ ଉଦ୍ୟମ ଚାଲିଛି । ଏନେଇ ବିଭାଗୀୟ ଅଧିକାରୀ ଚୁପ୍ ବସିଛନ୍ତି । ବିଲିପଡ଼ା ମଝୀ ସାହିର ଗାଁ ରାସ୍ତାଟି ଉଚା ହୋଇଥିବାରୁ ମହାନଦୀରେ ବନ୍ୟା ଆସିଲେ ଲୋକଙ୍କୁ  ସହଯୋଗ ମିଳିଥାଏ ।

ଖାଲି ସେତିକି ନୁହେଁ ଏହି ଡ୍ରେନ ହେଲେ ଏହି ରାସ୍ତାଦେଇ ଛୋଟ ପିଲା ମନେ ଚାଲବୁଲା କଲାବେଳେ କେତେବେଳେ କିଛି ଅଘଟଣ ଘଟିପାରେ । ତେଣୁ ଏବେଠାରୁ ସାବଧାନ ହୋଇ ଡ୍ରେନ କାର୍ଯ୍ୟ ବନ୍ଦ କରାନଗଲେ , ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

   Related Posts