Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗଛର ମାଲିକାନା ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ, ଘଟଣାସ୍ଥଳରେ ଉତ୍ତେଜନା

28/05/2021 at 10:24 AM

ନୀଳଗିରି ୨୮।୫: ଯେଉଁ ଗଛକୁ ଗ୍ରାମବାସୀ ଛୋଟଠାରୁ ବଡ ହେବା ପର୍ଯ୍ୟନ୍ତ ଚୋରି ହେବାରୁ ଜଗି ରହିଛନ୍ତି ସେହି ଗଛ କାଟିବା ବେଳେ ତାର ମାଲିକ କିପରି ବନ ବିଭାଗ ହେବ । ଏଭଳି ଯୁକ୍ତି ଦର୍ଶାଇ ଗ୍ରାମବାସୀ ଓ ବନ ବିଭାଗ ସାମ୍ନାସାମ୍ନି ହେବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି ।

ନୀଳଗିରି ବନ ବିଭାଗ ଅଧିନ ଭଉଁରୀଆବାଡ ପଞ୍ଚାୟତ ଗୁଡିଶୂଳ ଓ ବାଲିଆଝର ଗାଁରେ ବାତ୍ୟାରେ ବହୁ ଗଛ ଭାଙ୍ଗିଯାଇଥିବା ଜଣାପଡିଛି । ପଟାସ ଓ ଆକାସିଆ ଗଛ ଭାଙ୍ଗିଥିବା ବେଳେ ଗଛଗୁଡିକୁ ବନ ବିଭାଗ ତଦନ୍ତ କରି ଜବତ କରିଥିଲା । ପରେ ଏହାକୁ କାଟି ଆଣିବା ବେଳକୁ ଦୁଇଗୋଟି ଗ୍ରାମର ଶତାଧିକ ଗ୍ରାମବାସୀ ବିରୋଧ କରିଥିଲେ । ଗଛକୁ ଆମେ ଜଗିଛୁ ଆଉ ବଞ୍ଚାଇ ରଖିଛୁ କହି ଏହାକୁ ବନ ବିଭାଗ ନେଇ ପାରିବ ନାହିଁ ବୋଲି ଅଡି ବସିଥିଲେ । ଏପରିକି ଭଲ ଗଛକୁ ମଧ୍ୟ କାଟିଥିବା ଅଭିଯୋଗ ଉଠାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିବା ବେଳେ ଅଯୋଧ୍ୟା ଫାଣ୍ଡି ଅଧିକାରୀ ମନୋରଞ୍ଜନ ପୁହାଣ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

ପରେ ନୀଳଗିରି ରେଞ୍ଜର ମନ୍ବର ଖାଁ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏକ ଜଙ୍ଗଲ କମିଟି କରିବାକୁ କହିବା ସହ ଆଇନ ସମ୍ମତ ଭାବେ କାମ କରିବାକୁ ଆହ୍ବାନ ଦେଇଥିଲେ । ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଭଲ ଗଛ କଟାଯାଇ ନାହିଁ ବରଂ ଗଛଗୁଡିକ ଅଧା ଗଡିଥିବା ବେଳେ ଏହା ବଞ୍ଚିବା ସମ୍ବବ ନୁହଁ, ଚୋରି ହେବା ପୂର୍ବରୁ ଏହାକୁ କାଟି ଦିଆଯାଇଥିବା କହିଥିଲେ ।

   Related Posts