ପୋଷା ପାରାକୁ ମାରି ଖାଇଲା ପଡିଶା ଘର ବିଲେଇ, ହାତାହାତିରୁ ଶାବଳ ଧରି ୨ ପରିବାର ମାର୍‌ପିଟ୍ ; ମାମଲା ଡାକ୍ତରଖାନାରୁ ଥାନା..

Published By : Prameya-News7 Bureau | April 15, 2021 IST

ଭଦ୍ରକ ୧୫।୦୪: ପାରା ପାଇଁ ମହାଭାରତ । ପୋଷା ପାରାକୁ ଖାଇଦେଲା ପଡୋଶୀ ଘରର ବିଲେଇ । ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ଗଣ୍ଡଗୋଳ । ମାର୍‌ପିଟରେ ଉଭୟ ପକ୍ଷରୁ ୩ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଭଦ୍ରକ ସହରାଞ୍ଚଳ ଥାନା ବରାଳପୋଖରୀ ଅଞ୍ଚଳରେ ଘଟିଛି ଏପରି ଅଭବାନୀୟ ଘଟଣା ।

{"id":438680,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ବରାଳପୋଖରୀ ଅଞ୍ଚଳରେ ଗୋଟିଏ ପରିବାର ପାରାକୁ ପାଳିଥାନ୍ତି । ତେବେ ପଡୋଶୀର ଅନ୍ୟ ଏକ ଘର ପୋଶିଥିବା ବିଲେଇଟି , ସେହି ପାରାକୁ ଖାଇଦେଇଥିଲା । ଯାହାଫଳରେ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ  ଓ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିବାରେ ଲାଗିଥିଲା । ଏପରିକି ଶାବଳରେ ଆକ୍ରମଣ ମଧ୍ୟ କରାଯାଇଥିଲା ।  ତେବେ ଏହି ମାର୍‌ପିଟ୍‌ରେ ଉଭୟ ପକ୍ଷରୁ ୩ଜଣ ଆହତ ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

{"id":438681,"sizeSlug":"large","linkDestination":"none"}

ଏହାପୂର୍ବରୁ ୨ପରିବାର ମଧ୍ୟରେ ଅନେକ ଥା ଝଗଡ଼ା ଲାଗିଥିଲା । ଏବେ ୨ ପରିବାର ସାମନ୍ୟ ଘଟଣାକୁ କେନ୍ଦ୍ର କରି ମାର୍‌ପିଟ୍‌ ହୋଇଛନ୍ତି । ଏହି ଘଟଣାକୁ ନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.