ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, କାର୍ ପୋଡିବା ସହ ବାଇକ୍ ଭଙ୍ଗାରୁଜା

Published By : Prameya-News7 Bureau | May 12, 2019 IST

ସାଲେପୁର ୧୨|୫: ସାଲେପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛ । ଗଣ୍ଡଗୋଳ ଫଳରେ ଏକ କାର୍ ପୋଡିବା ସହ ବାଇକ୍ ଭଙ୍ଗା ଯାଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି କିଶନନଗର ଥାନା ତରିତୋ ଗ୍ରାମରେ। ରବୀନ୍ଦ୍ର ନାଥ ମହାନ୍ତି ଓ ବସନ୍ତ ମହାନ୍ତିଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ  ପୂର୍ବରୁ ଗଣ୍ଡଗୋଳ ଲାଗିରହିଥିଲା।

{"id":111056}

ଗତକାଲି ରବୀନ୍ଦ୍ର ବାଡିକୁ ଜାଳ ହାଣିବାକୁ ଯାଇଥିବାବେଳେ ବସନ୍ତଙ୍କ ଭାଇ ଭାରତ ଭୂଷଣ ଓ ବିଶ୍ବ ଭୂଷଣ, ରବୀନ୍ଦ୍ରଙ୍କ ଉପରେ ଆକ୍ରମଣ କରିଥିଲେ।ଏନେଇ ରବୀନ୍ଦ୍ରଙ୍କ ପୁଅ ରଜତ ମହାନ୍ତି କିଶନନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ଘଟଣା ଜାଣିବା ପରେ ଘଟଣାଟି ଉଗ୍ରରୂପ ନେଇଥିଲା। ଗତକାଲି ବିଳମ୍ବିତ ରାତିରେ ରବୀନ୍ଦ୍ରଙ୍କ ଘରେ କେହି ପୁରୁଷ ଲୋକ ନଥିବାର ସୁଯୋଗ ନେଇ ବସନ୍ତ ମହାନ୍ତି ବହୁ ସମର୍ଥକ ସହ ଆସି ତାଙ୍କ ଘରେ ପଶି କାର୍‌ରେ ନିଆଁ ଲଗାଇବା ସହ ବାଇକ୍ ଭାଙ୍ଗି ଥିଲେ ଏବଂ ମହିଳା ମାନଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ହୋଇଛି।

{"id":111057}

ଅନ୍ୟପକ୍ଷରେ ବସନ୍ତ ମହାନ୍ତି ଅଭିଯୋଗ କରିଛନ୍ତି ରବୀନ୍ଦ୍ର ଓ ତାଙ୍କ ପୁଅ ବସନ୍ତଙ୍କ ଭାଇ ବିଶ୍ବଭୂଷଣକୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଛନ୍ତି । ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ କିଶନନଗର ପୋଲିସ ପହଞ୍ଚି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.