ଢେଙ୍କାନାଳରେ ବିୟର ଫ୍ୟାକ୍ଟ୍ରିକୁ ବିରୋଧ କରି ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ

Published By : Prameya-News7 Bureau | November 17, 2018 IST

ଢେଙ୍କାନାଳ ୧୭|୧୧: ବିୟର ଫ୍ୟାକ୍ଟ୍ରିକୁ ବିରୋଧ କରି ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଢେଙ୍କାନାଳ ବଳରାମପୁର ଜଙ୍ଗଲରେ ଗଛକଟାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ପି ଆଣ୍ଡ୍ ଏ ବଟଲ୍ସ ପ୍ରାଇଭେଟ୍ ଲିମିଟେଡ୍ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଇଡକୋରୁ ୧୨ ଏକର ଜମି ନେଇଛି । ଏହି ଜମିରେ ୯୫୬ଟି ଶାଳ ଓ ଶାଗୁଆନ ଗଛ ରହିଛି । ତେବେ ଗାଁରେ ପାଖରେ ବିୟର ଫ୍ୟାକ୍ଟ୍ରିକୁ ବିରୋଧ କରିଛନ୍ତି । ସେପଟେ ମୂଲ୍ୟବାନ ଗଛକୁ ଜଗିଆସିଥିବା ଗ୍ରାମବାସୀ ଏସବୁ ଗଛକୁ କାଟିବାକୁ ବି ବିରୋଧ କରିଛନ୍ତି । ଘଟଣାସ୍ଥଳରେ ଗ୍ରାମବାସୀ ପୋଲିସକୁ ମଧ୍ୟ ଛାଡିନଥିଲେ । ତେବେ ଗଛକଟାକୁ ବିରୋଧ କରି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ୬ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.