Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଲୋନ୍‌ କିସ୍ତି ପାଇଁ ଫାଇନାନ୍ସ କମ୍ପାନୀ-ଅଟୋ ସଂଘ ମୁହାଁମୁହିଁ : ଋଣ ଦେଇଥିବା କମ୍ପାନୀ ଗୁଣ୍ଡା ଲଗାଇ ମାଡ଼ ମାରୁଛି କହି ଆନ୍ଦୋଳନ କଲେ ଅଟୋ ଚାଳକ

10/11/2020 at 4:10 PM

ଭୁବନେଶ୍ୱର ୧୦।୧୧: କିସ୍ତି ଟଙ୍କା ଦାବିକୁ ନେଇ ବଜାଜ ଫାଇନାନ୍ସ କମ୍ପାନୀର କର୍ମଚାରୀ  ଏବଂ ଅଟୋ ସଂଘ ମୁହାଁମୁହିଁ । ଡ୍ରାଇଭରଙ୍କୁ କିସ୍ତି ଟଙ୍କା ମାଗିବା ବାହାନାରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ଆଣିଛି ଅଟୋ ସଂଘ । ଏହାର ପ୍ରତିବାଦରେ ନୂଆ ଏୟାର ପୋର୍ଟ ରୋଡ଼ ଅବରୋଧ କରିଥିଲେ । ଅଟୋ ସଂଘ ବଜାଜ ଫାଇନାନ୍ସ କମ୍ପାନୀ ବିରୋଧୀ ନାରା ଦେଇଥିଲେ । ଟଙ୍କା ମଗାଯାଉଥିଲା ସତ କିନ୍ତୁ ଭଡାଟିଆ ଗୁଣ୍ଡା ଲଗାଇ ମାଡ ମରାଯାଇନଥିବା କହିଲା  ବଜାଜ ଫାଇନାନ୍ସ ।

ସ୍ମାର୍ଟ ସିଟି ଅନଲାଇନ ଓଟୋ ସଂଘ ଅଭିଯୋଗ କରିଛି ଯେ, ଆଜି ସକାଳେ ବଜାଜ ଫାଇନାନ୍ସ ଅଫିସ କିଛି ପ୍ରାଇଭେଟ ଗୁଣ୍ଡା ଜରିଆରେ ନଳୀନ କାନ୍ତ ବରାଳ ବୋଲି ଜଣେ ଅଟୋ ଡ୍ରାଇଭରଙ୍କୁ ବକେୟା ଥିବା କିସ୍ତି ଟଙ୍କା ମାଗି ଥିଲେ । ସେ ଟଙ୍କା ନଦେବାରୁ ତାଙ୍କୁ ମଲିକ କମ୍ପ୍ଲେକ୍ସ ଭିତରେ ଥିବା ଅଫିସ ଭିତରେ ପୁରାଇ ମାନସିକ ନିର୍ଯାତନା ଦେବା ସହ ଠେଙ୍ଗାରେ ବାଡେଇଥିଲେ ଫାଇନାନ୍ସ କର୍ମଚାରୀ ମାନେ । ଗାଡିର ଚାବି ନେଇ ନୂଆ ଏୟାର ପୋର୍ଟ ରୋଡ଼ ଅଫିସରେ ତାଙ୍କୁ ଅଟକ ରଖିଥିଲେ। ଏହାପରେ ସ୍ମାର୍ଟ ସିଟି ଅନଲାଇନ ଓଟୋ ସଂଘର ୫ ଶହ ଡ୍ରାଇଭର ଏୟାର ପୋର୍ଟ ରୋଡ଼ରେ ପହଂଚି ନଳିନୀଙ୍କ ସପକ୍ଷରେ ରାସ୍ତାରେ ଧାରଣା ଦେଇଥିଲେ । ଏଥିପାଇଁ ୧୨ ଟା ରୁ ସାଢେ ୧୨ଟା ଯାଏ ନୂଆ ଏୟାର ପୋର୍ଟ ରୋଡ଼ ଭିଡ ରହିଥିଲା ।

ଘଟଣାସଂପର୍କରେ ଖବର ପାଇ ଖଣ୍ଡଗିରି ପୋଲିସ ପହଂଚି ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ ବି ପରିସ୍ଥିତି ସୁଧୁରିନଥିଲା । ଓଟୋ ଦେବାକୁ ମନା କରିଥିଲା ବଜାଜ ଫାଇନାନ୍ସ । ତେଣୁ ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘ ଏବଂ ବଜାଜ ଫାଇନାନ୍ସ ଅଫିସ କର୍ମଚାରୀଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା । କରୋନା ଯୋଗୁ ଅଟୋରେ ବେପାର ହେଉ ନାହିଁ, ତେଣୁ କିସ୍ତି ଟଙ୍କା ଦେବା ସମ୍ଭବ ନୁହେଁ ବୋଲି ଅଟୋ ସଂଘ କହିଛି । ଅଟୋଟି ନୟାପଲି ଥାନା ଅଂଚଳରୁ କିଣାଯାଇଥିବାରୁ ଏବେ ଘଟଣା ଯାଇ ପହଁଚିଛି ନୟାପଲି ଥାନାରେ ।

ସେପଟେ ସବୁ ବକେୟା ଟଙ୍କା ମଗାଯାଉନାହିଁ ବରଂ କିଛି ମାସର କିସ୍ତି ଟଙ୍କା ଦେବାକୁ ତାଙ୍କୁ ଅଫିସଙ୍କୁ ଆଣିଥିଲୁ ବୋଲି କହିଛନ୍ତି ବଜାଜ କର୍ମଚାରୀ । ଭଡାଟିଆ ଗୁଣ୍ଡା କିମ୍ବା ବଜାଜର ଷ୍ଟାଫ ନଳିନୀଙ୍କୁ ବାଡେଇ ଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ବଜାଜ ଫାଇନାନ୍ସ କର୍ମଚାରୀ ମାନେ । କରୋନା ଭୟ ଯୋଗୁ ଲୋକମାନେ ପବ୍ଲିକ ଟ୍ରାନ୍ସପୋର୍ଟକୁ ବେଶି ଭରସା କରୁନାହାନ୍ତି । ତେଣୁ ସବୁଆଡେ ଅଟୋ ବେପାର ମାନ୍ଦା ପଡିଛି । ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଧର୍ଯ୍ୟ ଧରିବାକୁ ଅନୁରୋଧ କରିଛନ୍ତି । ତେବେବି କିଛି ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଥିବା ଦେଖାଯାଉଛି ।

   Related Posts