ଗଞ୍ଜେଇ ଗଛ ନଷ୍ଟ ବେଳେ ଆଦିବାସୀ-ପୋଲିସ ମୁହାଁମୁହିଁ, ୫୦ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ

Published By : Prameya-News7 Bureau | November 22, 2019 IST

ସାନଖେମୁଣ୍ଡି ୨୨।୧୧: ଗଞ୍ଜେଇ ଚାଷ ନଷ୍ଟ କରିବାକୁ ପୋଲିସ ଚଢାଉ କରିଥିବା ବେଳେ ଆଦିବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

{"id":187954,"sizeSlug":"large"}

ଗଞ୍ଜାମ ଜିଲ୍ଲା ଧରାକୋଟ ଓ ବଡଗଡ ସୀମାନ୍ତ ଉପାନ୍ତ ଇଲାକାରେ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ । ଗଞ୍ଜେଇ ଚାଷ ନଷ୍ଟ ବେଳେ ଆଦିବାସୀ ପୋଲିସଙ୍କୁ ଆକ୍ରମଣ କରିଥିଲେ । ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

{"id":187955,"sizeSlug":"large"}

ସ୍ଥାନୀୟ ଅଞ୍ଚଳରେ ୫୦ଏକର ଜମିରେ ଗଞ୍ଜେଇ ଚାଷ ହେଉଥିବା ପୋଲିସ ସୂଚନା ପାଇଥିଲା । ଫଳରେ ପୋଲିସ ଚଢାଉ କରିଥିଲା । କେତେକ ସ୍ଥାନରେ ଆଦିବାସୀମାନେ ଗଛ କାଟି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ବଡ଼ଗଡ଼ ଥାନା ଖଜୁରୀପଦା ଗାଁରେ ପୋଲିସ, ଅବକାରୀ ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଗଂଜେଇ ଚାଷ ନଷ୍ଟ ବେଳେ ଶତାଧିକ ଆଦିବାସୀ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.