ୟୁପି-ରାଜସ୍ଥାନ ବର୍ଡରରେ ଦୁଇ ରାଜ୍ୟ ପୋଲିସ ମଧ୍ୟରେ ସଂଘର୍ଷ, ଭାଙ୍ଗିଲା ବାରିକେଡ୍, ସୀମା ମୁକୁଳା

Published By : Prameya-News7 Bureau | May 10, 2020 IST

ମଥୁରା ୧୦।୫:   ଉତ୍ତରପ୍ରଦେଶ ଓ ରାଜସ୍ଥାନ ସୀମାରେ ରବିବାର ଘଟିଛି ଅଭାବନୀୟ ଘଟଣା। ଉଭୟ ରାଜ୍ୟ ପୋଲିସ ପରସ୍ପରକୁ ଆକ୍ରମଣ କରିଥିବା ବେଳେ ଏଥିଲାଗି ସୀମାରେ ବାରିକେଡ ପାଇଁ ବନ୍ଧା ଯାଇଥିବା କାଠ ଉପାଡି ବ୍ୟବହାର କରିଛନ୍ତି। ଫଳରେ ଉଭୟ ପକ୍ଷର ଜଣେ ଲେଖାଏଁ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଘଟଣା ସ୍ଥଳକୁ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି।

{"id":267800,"width":579,"height":391,"sizeSlug":"large"}

 କରୋନା ଲକଡାଉନ୍‌ ଯୋଗୁ ଉତ୍ତରପ୍ରଦେଶ ସୀମା ମଥୁରାରେ ରାଜସ୍ଥାନସୀମାକୁ ସିଲ କରାଯାଇଛି। ଉଭୟ ରାଜ୍ୟର ପୋଲିସ ସୀମାରେ ରହି ନିଜନିଜ ପଟରୁ ଆସୁଥିବା ଲୋକଙ୍କ କଥା ବୁଝୁଥିଲେ। ତେବେ ରବିବାର ରାଜସ୍ଥାନ ପୋଲିସ ବିକ୍ଷିପ୍ତ ହୋଇ ୟୁପି ପୋଲିସକୁ ଆକ୍ରମଣ କରିବା ସହିତ ସୀମାରେ ଲଗାଯାଇଥିବା ବାରିକେଡକୁ ଭାଙ୍ଗି ଦେଇଥିଲା। ଘଟଣାକୁ ନେଇ ଦୁଇ ରାଜ୍ୟପୋଲି ପରସ୍ପର ସହ ଲଢିବାକୁ ଲାଗିବା ବେଳେ ୨ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।

{"id":267803,"width":575,"height":324,"sizeSlug":"large"}

ସୂଚନା ପାଇ ଭରତପୁର ଏସଏସପି ଓ ଡିଏମ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ମଥୁରା ଏସଏସପି ପହଞ୍ଚିଛନ୍ତି। ଉଭୟ ପକ୍ଷ ଏବେ ଆଲଚନା କରୁଛନ୍ତି, ତେବେ ମଥୁରା କଲେକ୍ଟର ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ଆଲୋଚନା ଆଗକୁ ବଢି ପାରୁନଥିବା ଜଣାପଡିଛି। କରୋନା ସଂକ୍ରମଣ ଲାଗି ସରକାର ଦେଶରେ ଲକଡାଉନ ପରେ ଲକଡାଉନ୍ ଜାରି କରିବାରେ ଲାଗିଛନ୍ତି। ଏଣୁ ସାରା ଦେଶରେ ଏବେ ପ୍ରବାସୀ ଶ୍ରମିକ ପଳାୟନ କରୁଥିବା ବେଳେ ପୋଲିସ ସୀମାରେ ବାଡ ଲଗାଇ ସେମାନଙ୍କ ଗତିବିଧି ନିୟନ୍ତ୍ରିତ କରୁଛି। ହେଲେ ଏଥିରେ ୟୁପି ଓ ରାଜସ୍ଥାନ ପୋଲିସ ମଧ୍ୟରେ ସଂଘର୍ଷ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.