ଯୁବକଙ୍କ ଉନ୍ମତ୍ତକାଣ୍ଡ, ଆକ୍ରମଣରେ ସୁରକ୍ଷାକର୍ମୀ ଆହତ : ପ୍ରତିବାଦରେ ପାରାମେଡିକାଲ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ଗଣଧାରଣା

Published By : Prameya-News7 Bureau | October 29, 2020 IST

ଢେଙ୍କାନାଳ ୨୯।୧୦: ଜଣେ ଆହତ ରୋଗୀଙ୍କୁ ଚିକିତ୍ସା ପାଇଁ ଯାଇଥିବା କିଛି ଯୁବକ ଡାକ୍ତରଖାନାରେ ଘଟାଇଛନ୍ତି ଉନ୍ମତ୍ତକାଣ୍ଡ । ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ସ୍ଥିତି ଉପୁଜିଛି ।

{"id":352754,"sizeSlug":"large"}

ଏପରିକି ଡାକ୍ତରଖାନାର ପାରା ମେଡିକାଲ କର୍ମଚାରୀ ଓ ସୁରକ୍ଷାକର୍ମୀମାନେ କାର୍ଯ୍ୟବନ୍ଦ କରିଛନ୍ତି । ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି କର୍ମଚାରୀମାନେ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଘଟଣାସ୍ଥଳକୁ ବାଲିମି ଥାନା ପୋଲିସ ଓ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀ କର୍ମଚାରୀମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

{"id":352755,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ଜଣେ ଆହତଙ୍କୁ ଚିକିତ୍ସା ପାଇଁ ଆଣିଥିବା ଯୁବକମାନଙ୍କ ଆକ୍ରମଣରେ ପବିତ୍ର ନାୟକ ନାମକ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତେବେ ଉନ୍ମତ୍ତକାଣ୍ଡ ଘଟାଇଥିବା ଯୁବକମାନଙ୍କ ମଧ୍ୟରୁ ଜଣଙ୍କୁ ବାଲିମି ପୋଲିସ ଅଟକ ରଖିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.