ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା, ହସ୍ପିଟାଲ ସମ୍ମୁଖରେ ପରିବାରଲୋକଙ୍କ ଧାରଣା

Published By : Prameya-News7 Bureau | August 08, 2020 IST

ଢେଙ୍କାନାଳ ୮।୮: ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରାଯାଇଛି ।

{"id":311412,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ଢେଙ୍କାନାଳ ସହର କାରିଗର ସାହିର ପ୍ରସୂତୀ ମହିଳା ପିଙ୍କି ବେହେରାଙ୍କ ଜନନୀ ଯନ୍ତ୍ରଣା ଯୋଗୁଁ ଡାକ୍ତରଖାନାର ମହିଳା ଓ ପ୍ରସୂତୀ ବିଭାଗରେ ଆଡମିଶନ ହୋଇଥିଲେ । ନଜଜାତ ଶିଶୁଟିର ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାରଲୋକ ଅଭିଯୋଗ ଆଣିଛନ୍ତି ।

{"id":311413,"sizeSlug":"large"}

ଏ ନେଇ ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ହସ୍ପିଟାଲ ସମ୍ମୁଖରେ ପରିବାର ଲୋକେ ଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.