CAA ବିରୋଧ ଓ ସମର୍ଥନକୁ ନେଇ ଦିଲ୍ଲୀରେ ଉତ୍ତେଜନା, ଜାଫରାବାଦରେ ଟେକାପଥର ମାଡ

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ ୨୩।୨: ନାଗରିକ(ସଂଶୋଧିତ) ଆଇନ (ସିଏଏ) ବିରୋଧରେ ଶାହିନ ବାଗ ପ୍ରଦର୍ଶନ ରବିବାର ଭିନ୍ନ ମୋଡ ନେଇଛି। ଆଇନକୁ ବିରୋଧ କରି ଶାହିନବାଗରେ ଦଳେ ଲୋକ ଗତ ୭୦ ଦିନରୁ ଊର୍ଦ୍ଧ୍ୱକାଳ ହେଲା ରାସ୍ତା ଅବରୋଧ କରି ଆନ୍ଦୋଳନ ଚଳାଇଥିବା ବେଳେ ରବିବାର ଜାଫରା ବାଦରେ ନୂଆ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତେବେ ଏଥିରେ ଉତ୍ତେଜିତ ଲୋକେ ଜାଫରାବାଦର ଅଧ କିଲୋମିଟର ଦୂର ମୌଜପୁର ଚୌକରେ ରାସ୍ତା ଅବରୋଧ କରିଛନ୍ତି। ଏହି ଅବରୋଧକାରୀମାନେ ବିଜେପି ସମର୍ଥକ ହୋଇଥିବା ବେଳେ ସିଏଏ ସମର୍ଥନରେ ସ୍ଲୋଗାନ ଦେବା ବେଲେ  ବିରୋଧୀ ସେମାନଙ୍କ ଉପରକୁ ଟେକାପଥର ମାଡ କରିଛନ୍ତି। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି।

{"id":228161,"sizeSlug":"large"}

ରବିବାର ଜାଫରାବାଦରେ ଲୋକେ ନୂଆ ଆନ୍ଦୋଳନ ଆରମ୍ଭ କରିବାର ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିଲା। ଏହାର ଜବାବରେ ସ୍ଥାନୀୟ ବିଜେପି ନେତା କପିଲ ମିଶ୍ର ତାଙ୍କ ସମର୍ଥକଙ୍କ ସହ ସିଏଏ ସମର୍ଥନରେ ସ୍ଲୋଗାନ ଦେଇ ଅଧକିଲୋମିଟର ଦୂର ମୌଜପୁର ଛକରେ ବିକ୍ଷୋଭ ଆରମ୍ଭ କରିଥିଲେ। ତେବେ ସମର୍ଥନରେ ଚାଲିଥିବା ବିକ୍ଷୋଭ ଉପରକୁ ଗଳିରୁ ବାହାରି କିଛି ଲୋକ ଟେକାପଥର ମାଡ କରିଥିଲେ। ଏଥିରେ ବିକ୍ଷୋଭକାରୀ ସେମାନଙ୍କ ଉପରେ ପଡୁଥିବା ଢେଲା ଉଠାଇ ଆକ୍ରମଣକାରୀଙ୍କ ଉପରକୁ ମାଡ କରିବା ସ୍ଥିତିକୁ ଅସମ୍ଭାଳ କରିଦେଇଥିଲା।

wp:html /wp:html

ପ୍ରାୟ ଅଧଘଣ୍ଟା ଧରି ଏପରି ଟେକାପଥର ମାଡ ଚାଲିଥିବା ବେଳେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି। ତେବେ ଘଟଣା ସ୍ଥଳରେ ଏବେ ମଧ୍ୟ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଷ୍ଟ ଡିଷ୍ଟ୍ରିକ୍ଟ ଡିସିପିଙ୍କ ସମେତ ଅନ୍ୟ ଅଞ୍ଚଳର ଡିସିପି ମାନେ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଅର୍ଦ୍ଧ ସାମରିକ ବଳଙ୍କୁ ମଧ୍ୟ ଡକାଯାଇଛି। ଜାଫରାବାଦ ଓ ସଲଗ୍ନ ଅଞ୍ଚଳକୁ ସୁରକ୍ଷା ବଳ ଘେରାଉ କରି ରଖିଛନ୍ତି।

wp:html /wp:html

ଶନିବାର ରାତି ପ୍ରାୟ ୩ଟା ବେଳେ ମୁସ୍ଲିମ ମହିଳାମାନେ ଜାଫରାବାଦ ମେଟ୍ରୋକୁ ସଲଗ୍ନ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ସକାଳେ ମୌଜପୁର ଓ ଯମୁନା ବିହାର ଯାଉଥିବା ରାସ୍ତା ଅବରୋଧ ହୋଇଯାଇଥିଲା। ମେଟ୍ରୋ ଷ୍ଟେସନ ରାସ୍ତା ଅବରୋଧ ହୋଇଥିବାରୁ ଷ୍ଟେସନ ରବିବାର ବନ୍ଦ ହୋଇଯାଇଛି। ଦିଲ୍ଲୀରେ ସ୍ଥାନେ ସ୍ଥାନେ ଆରମ୍ଭ ହୋଇଥିବା ସିଏଏ ବିରୋଧୀ ଆନ୍ଦୋଳନକୁ ଦେଖି ବିଜେପି ପକ୍ଷରୁ ସିଏଏ ସମର୍ଥନ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଜାଫରାବାଦକୁ ସଂଯୁକ୍ତ କରୁଥିବା ମୌଜପୁର ରାସ୍ତା ଟ୍ରାଫିକ ଛକରେ ଅବରୋଧ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.