ଦଶପଲ୍ଲା ଡାକ୍ତରଖାନାରେ ଉତ୍ତେଜନା, ଅପରେସନ୍ ବେଳେ ରୋଗୀଙ୍କ ପରିସ୍ରା ନଳୀ କାଟିଦେଲେ ଡାକ୍ତର

Published By : Prameya-News7 Bureau | July 17, 2019 IST

ନୟାଗଡ ୧୭|୭: ନୟାଗଡ଼ରେ ଅପରେସନ୍ ପରେ ଉତ୍ତେଜନା ଦେଖିବାକୁ ମିଳିଛି । ଦଶପଲ୍ଲା ଡାକ୍ତରଖାନାରେ ଅପରେସନ୍ ବେଳେ ଡାକ୍ତର ରୋଗୀଙ୍କ ପରିସ୍ରା ନଳୀ କାଟି ଦେବା ଅଭିଯୋଗ କରି ସୃଷ୍ଟି ହୋଇଛି ଉତ୍ତେଜନା ।

{"id":134455}

ସୂଚନାଯୋଗ୍ୟ ଯେ, ଖଣ୍ଡପଡ଼ାର ଜଣେ ମହିଳାଙ୍କର ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରୁଥିବା ବେଳେ ଏଭଳି ଅଘଟଣ ଘଟାଇ ବସିଛନ୍ତି ଡାକ୍ତର । ରୋଗୀଙ୍କ ପରିସ୍ରାନଳୀ କାଟି ଦେବା ପରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ସମସ୍ୟା ଅଛି ବୋଲି ପରିବାର ଲୋକଙ୍କୁ କହିଥିଲେ ଡାକ୍ତର ନବ ଦାସ । ସେହିପରି ୧୦ ଦିନ ପର୍ଯ୍ୟନ୍ତ ରୋଗୀ ଜଣଙ୍କୁ ଡାକ୍ତରଖାନାରେ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ତେବେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଡାକ୍ତର ମଧ୍ୟ ଘଟଣାକୁ ସ୍ବୀକାର କରିଛନ୍ତି ।

{"id":134457}

ସେପଟେ ଏହାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ଦେଖା ଦେଇଥିବା ବେଳେ,  ପ୍ରତିବାଦରେ ସ୍ଥାନୀୟ ଲୋକେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅବରୋଧ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.