Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଟିକାଦାନ କେନ୍ଦ୍ରରେ ଉତ୍ତେଜନା, ଟୋକନ୍ ପ୍ରଦାନରେ ଅନିୟମିତତା ଅଭିଯୋଗରେ ଲୋକେ ଭୁଲିଗଲେ ସାମାଜିକ ଦୂରତା

6/07/2021 at 3:28 PM

ଜଳେଶ୍ବର ୬।୭: ଟିକାଦାନ କେନ୍ଦ୍ରରେ ଟୋକନ ପ୍ରଦାନରେ ଅନିୟମିତତା ଅଭିଯୋଗରେ ଲୋକେ ଭୁଲିଗଲେ ସାମାଜିକ ଦୂରତା । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ ଶିଖରପୁର ପଞ୍ଚାୟତର ଶ୍ରୀ ଶ୍ରୀ ବରାଳ ବାଲୁକେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକମାନଙ୍କ ପାଇଁ ଟିକାକରଣ କେନ୍ଦ୍ର ଖୋଲା ଯାଇଥିଲା । ତେବେ ଏହି କେନ୍ଦ୍ରରେ ୧୫୦ ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା ଥିବା ବେଳେ ଲୋକମାନେ ମଧ୍ୟରାତିରୁ ଟିକା ନେବା ପାଇଁ ଧାଡି ଧରିଥିଲେ ।

ସ୍କୁଲର ପ୍ରଧାନ ଶିକ୍ଷକ ରାତି ୩ଟାରୁ  ଧାଡିରେ ଥିବା ୧୫୦ଜଣ ଲୋକଙ୍କୁ ସ୍କୁଲ ହତା ଭିତରକୁ ନେଇ ଗେଟରେ ତାଲା ପକାଇ ଦେଇଥିଲେ ।  ଏହା ଦେଖି ଗେଟ୍ ବାହାରେ ଥିବା ଲୋକମାନେ ଉତକ୍ଷିପ୍ତ ହୋଇଯାଇଥିଲେ । ଫଳରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ସେମାନେ କରୋନା କବଳରୁ ରକ୍ଷା ପାଇବା ପାଇଁ ଟିକା ନେବାକୁ ଆସିଥିବା ବେଳେ ଟୋକନ ପାଇଁ ସେମାନେ ସାମାଜିକ ଦୂରତା ଭୁଲି ଯାଇଥିଲେ । ସତେଯେମିତି  ମନେ ହେଉଥିଲା ଟିକା ବଦଳରେ ସେମାନେ କରୋନା ନେବାକୁ ଆସିଛନ୍ତି । ବହୁସମୟ ଧରି ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଶେଷରେ ଗ୍ରାମବାସୀଙ୍କର ବୁଝାମଣା  ପରେ ସମସ୍ୟାର ସମାଧାନ ହୋଇଥିଲା ।

   Related Posts