Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କଂଗ୍ରେସ ଭବନ ପରିସରରେ ଲାଠିଚାର୍ଜ, ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି ତାଲା ପକାଇଲେ ଉତ୍ତ୍ୟକ୍ତ କର୍ମୀ

23/06/2020 at 11:45 AM

ଭୁବନେଶ୍ବର ୨୩।୬: ରାଜ୍ୟ କଂଗ୍ରେସ ଭବନ ପରିସରେ ଉତ୍ତେଜନା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ସମର୍ଥକ ଏବଂ ବିରୋଧୀ ଯୁବ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ବିରୋଧ ଏତେ ଜୋର ହେଲା ଯେ ଶେଷରେ କଂଗ୍ରେସ ଭବନରେ ଖଣ୍ଡା ତଲୱାର ବୁଲିଲା ।

ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଶତାଧିତ ଯୁବକର୍ମୀ କଂଗ୍ରେସ ଭବନ ସମ୍ମୁଖରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା । ଫଳରେ କଂଗ୍ରେସ ଭବନ ପରିସରରେ ସମର୍ଥକ ଓ ବିରୋଧୀଙ୍କ ଭିତରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ । କଂଗ୍ରେସ ଭବନ ପରିସରରେ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଯୁବ କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ଉତ୍ତ୍ୟକ୍ତକର୍ମୀଙ୍କୁ ଅଟକାଇବାକୁ ପୋଲିସ ଲାଠିଚାର୍ଜ କରିଥିବା ଜଣାପଡିଛି । ଦୁଇ ଗୋଷ୍ଠୀ ମୁହାଁମୁହିଁ ବେଳେ କିଛି କର୍ମୀ ଆହତ ହୋଇଥିଲେ । ଶେଷରେ ବିରୋଧୀ ଗୋଷ୍ଠୀ ଛାତ୍ରଭଙ୍ଗ ଦେବା ପରେ ଯୁବ କଂଗ୍ରେସର ନୂଆ ସଭାପତି ଦାୟିତ୍ୱ ନେଇଥିଲେ ।

ସେପଟେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ ଘଟଣା । ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିରଞ୍ଜନ କହିଛନ୍ତି । ଏ ସଂପର୍କରେ ଏଆଇସିସିକୁ ଅବଗତ କରାଯିବ । ଯିଏ ସଭାପତି ହେଲେ ବି ସମସ୍ତେ ମିଳିମିଶି କାମ କରିବା କଥା ବୋଲି ନିରଞ୍ଜନ କରିଛନ୍ତି ।

   Related Posts