Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇସୋଲେସନ୍ ଓ୍ବାର୍ଡରେ ରୋଗୀ ମୃତ୍ୟୁ ପରେ ମାତିଗଲେ ସଂପର୍କୀୟ : ହସ୍ପିଟାଲ୍‌ରେ ଭାଙ୍ଗିଲେ, ଡାକ୍ତରଙ୍କୁ ମାଡ ମାରି ବେଡ୍‌ରେ ପକାଇଦେଲେ

8/08/2020 at 3:15 PM

ବଲାଙ୍ଗୀର ୮।୮: ଆଇସୋଲେସନ ଓ୍ବାର୍ଡରେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର କରୋନା ଆଇସୋଲେସନ ବିଭାଗରେ ଜଣେ ରୋଗୀଙ୍କର ମୃତ୍ୟୁ କୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ମୃତ ରୋଗୀ ଜଣଙ୍କ ସ୍ଥାନୀୟ ବିଶ୍ନୁମୁଣ୍ଡ ଅଞ୍ଚଳର ବୋଲି ଜଣାପଡିଛି ।

ତେବେ ରୋଗୀଙ୍କ ପରିବାର ଏବଂ ସଂପର୍କୀୟ ମେଡିକାଲରେ ପସି ଭଙ୍ଗାରୁଜା ମଧ୍ୟ କରିଥିବା ଜଣାପଡିଛି । ଏହି ସମୟରେ ଉତ୍ତ୍ୟକ୍ତଲୋକ ଡାକ୍ତରଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି । ଆହତ ଡାକ୍ତର ଜଣଙ୍କ ହେଉଛନ୍ତି ସୀମାଞ୍ଚଳ ଡାକୁଆ । ତାଙ୍କ ଆଙ୍ଗୁଠି ଓ ମୁଣ୍ଡରେ ଆଘାତ ଲାଗିଛି । ଉତ୍ତେଜନାକୁ ନିୟନ୍ତ୍ରଣରେ ରଖିବାକୁ ମେଡିକାଲ ପରିସରରେ ପୋଲିସ ଫୋର୍ସ ମୁତୟନ ହୋଇଛି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

   Related Posts