ନେପାଳୀ ବୋହୂ ଲାଗି ସୀମାରେ ଉତ୍ତେଜନା, ସୁରକ୍ଷା ବଳ ଗୁଳିକାଣ୍ଡରେ ଭାରତୀୟ ନାଗରିକ ମୃତ, ୩ ଆହତ

Published By : Prameya-News7 Bureau | June 12, 2020 IST

ସୀତାମଢୀ ୧୨।୬: ନେପାଳୀ ବୋହୂକୁ ନେଇ ଶୁକ୍ରବାର ଭାରତ-ନେପାଳ ସୀମାରେ ଉତ୍ତେଜନା ଦେଖା ଦେଇଛି। ଫଳରେ ନେପାଳ ସୀମା ପୋଲିସ (ଏପିଏଫ) କାର୍ଯ୍ୟାନୁଷ୍ଠାନ କରିବାରୁ ଜଣେ ଭାରତୀୟ ନାଗରିକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଘଟଣାରେ ନେପାଳ ସୀମା ପୋଲିସ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ ମଧ୍ୟ କରିଥିବା ଜଣାପଡିଛି।  

{"id":285293,"width":582,"height":388,"sizeSlug":"large"}

ଏହାକୁ ଏକ ସ୍ଥାନୀୟ ଘଟଣା ବୋଲି କହିଛନ୍ତି ଏସଏସବି ଡିଜି କୁମାର ରାଜେଶ ଚନ୍ଦ୍ର। ତେବେ ଘଟଣା ନେପାଳ ସୀମା ଅନ୍ତର୍ଗତ ସରଲାହୀରେ ହୋଇଛି। ସୀତାମଢି ଜିଲ୍ଲା ଜାନକୀ ନଗରର ଲଗନ ଯାଦବଙ୍କ ବୋହୂ ନେପାଳ ସୀମାବର୍ତ୍ତି ସରଲାହୀର। ଦୁଇ ଦେଶଙ୍କ ସୀମା ଏଠାରେ ଲୋକଙ୍କୁ ପୃଥକ କରିପାରିନାହିଁ। ଏଣୁ ଉଭୟ ପଟର ଲୋକଙ୍କ ପାରିବାରିକ ସମ୍ପର୍କ ଥିବା ବେଳେ ସେମାନେ ଅନାୟସରେ ଯା ଆସ ବି କରିପାରୁଛନ୍ତି।

{"id":285294,"sizeSlug":"large"}

ତେବେ ଶୁକ୍ରବାର ପୂର୍ବାହ୍ନରେ ସୀମା ସୁରକ୍ଷା ବଳ ଜବାନମାନେ ଅଞ୍ଚଳରେ ଲଗନ ଯାଦବଙ୍କ ବୋହୂଙ୍କ ଉପସ୍ଥିତିକୁ ନେଇ ଆପତ୍ତି କରିଥିଲେ। ଏଥିରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଏକଜୁଟ୍ ହୋଇଯିବାରୁ ଏପିଏଫ ଜବାନ ଗୁଳି ଚାଳନା କରିଥିଲେ। ଫଳରେ ୨୨ ବର୍ଷ ବୟସ୍କ ବିକାଶ ଯାଦବର ପେଟରେ ଗୁଳି ବାଜିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଏହି ଗୁଳିକାଣ୍ଡରେ ଅନ୍ୟ ୨ ଜଣ ୨୪ବର୍ଷ ବୟସ୍କ ଉଦୟ ଠାକୁର ଓ ୧୮ ବର୍ଷ ବୟସ୍କ ଉମେଶ ରାମ ଗୁରୁତର ଆହତ ହୋଇଥିଲେ। ଆହତ ୨ ଜଣଙ୍କୁ ଚିକିତ୍ସା ଲାଗି ପାଟନା ଅଣାଯାଇଥିବା ବେଲେ ଏପିଏଫ ଲଗନ ଯାଦବଙ୍କୁ ଗିରଫ କରିଛି।

{"id":285296,"width":578,"height":381,"sizeSlug":"large"}

ଏପିଏଫ ଲୋକଙ୍କୁ ଘଉଡାଇବାକୁ ପ୍ରଥମେ ଫାଙ୍କା ଗୁଳିଚାଳନା କରିଥିଲା ବୋଲି କହିଛି। ତେବେ ଉତ୍ତେଜିତ ଲୋକେ ଜବାନଙ୍କ ଠାରୁ ହତିୟାର ଛଡାଇବାକୁ ଉଦ୍ୟମ କରିବାରୁ ସେମାନଙ୍କ ଉପରକୁ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା। ଏହି ଘଟଣା ସୀମା ଖମ୍ବ ସଂଖ୍ୟା ୩୧୯ରେ ଘଟିଛି। ଏହି ଅଞ୍ଚଳର ସୁରକ୍ଷା ଦାୟିତ୍ୱ ଭାରତର ୫୧ ଏସଏସବି ବଟାଲିୟନ ହାତରେ ରହିଛି। ମାମଲା ପରେ ଏସଏସବି ସ୍ଥାନୀୟ କମାଣ୍ଡର ନେପାଳର ସମକକ୍ଷ ଅଧିକାରୀଙ୍କ ସହ ସମ୍ପର୍କରେ ଥିବା ପାଟନା ଫ୍ରଣ୍ଟିୟର ଆଇଜି ସଞ୍ଜୟ କୁମାର କହିଛନ୍ତି।  ପରିସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.