ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ରାଜନଗରରେ ଉତ୍ତେଜନା, ରାସ୍ତାରୋକ୍

Published By : Prameya-News7 Bureau | December 10, 2019 IST

ପଟ୍ଟାମୁଣ୍ଡାଇ ୧୦।୧୨ : ରାଜନଗରରେ  ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ମଙ୍ଗଳବାର ବିସ୍ଫୋରକ ପରିସ୍ଥିତି ଉପୁଜିଛି। ଅଜ୍ଞାତ ଦୁର୍ବୃତ୍ତ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଘଟଣା ଜଣା ପଡିବା ପରେ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଉିପୁଜିଛି। ଲୋକେ ଘଟଣାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାରେ ଯାନବାହନ ଚଳାଚଳ ବ୍ୟହତ ହୋଇଛି।

{"id":196154,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ  ରାଜନଗର ତ୍ରିନାଥ ବଜାର ପ୍ରାଙ୍ଗଣରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ବିଜୁ ପଟ୍ଟନାୟକଙ୍କ ଏକ ପ୍ରତିମା ଥିଲା। ତେବେ ଅପରାହ୍ଣରେ ପ୍ରତିମା ଭାଙ୍ଗି ମାଟିରେ ଗଡୁଥିବା ଲୋକେ ଦେଖିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଟାୟାର ଜାଳି ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାକୁ ଅବରୋଧ କରିରଖିଛନ୍ତି।

{"id":196155,"sizeSlug":"large"}

ଦୁର୍ବୃତ୍ତଙ୍କ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ଏପର୍ଯ୍ୟନ୍ତ ବିକ୍ଷୋଭକାରୀଙ୍କ ସହ ଆଲୋଚନା ଲାଗି କେହି ଆସିନଥିବା ଜଣାପଡିଛି। ଫଳରେ ଲୋକେ ରାସ୍ତା ଅବରୋଧ କରି ରଖିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡି ଧାଡିବାନ୍ଧି ଛିଡାହୋଇ ରହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.