Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଜୟପୁରରେ ଦୁଇ ସାହି ଭିତରେ ପଥର ମାଡ, ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଫାଙ୍କା ଗୁଳି ଚାଳନା

22/03/2019 at 5:33 PM

ଜୟପୁର ୨୨|୩: ଜୟପୁରରେ ବାପୁଜୀ ନଗର ଓ ଢେପ ସାହି ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ଗୋଷ୍ଠୀ ପଟୁ ପଥର ମାଡ ଚାଲିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି ଲୋକେ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଫାଙ୍କା ଗୁଳି ଚାଳନା କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ହୋଲି ଖେଳିବା ପରେ ଦୁଇ ସାହିର ଲୋକେ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ଦୁଇ ସାହିର କିଛି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ସାହିକୁ ଫେରିବା ପରେ ପରିସ୍ଥିତି ଉଗ୍ର ରୂପ ନେଇଥିଲା । ପୂର୍ବରୁ ମଧ୍ୟ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୋଲିସ ଉଭୟ ସାହି ମଧ୍ୟକୁ ଯିବାକୁ ସମସ୍ତଙ୍କୁ ବାରଣ କରୁଥିବା ବେଳେ ନିଜେ ମଧ୍ୟ ସାହି ମଧ୍ୟରେ ପ୍ରବେଶ କରିପାରୁନାହିଁ । ପରିସ୍ଥିତି ବେଳକୁ ବେଳ ଉଗ୍ର ରୂପ ନେବାରେ ଲାଗିଛି ।

   Related Posts