ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ ପରେ ଉତ୍ତେଜନା, ଟୀକା ନେଇ ମୃତ୍ୟୁ ହୋଇଥିବା ଅଭିଯୋଗ

Published By : Prameya-News7 Bureau | September 13, 2019 IST

ରାଉରକେଲା ୧୩।୯: ଟୀକା ନେଇ ଛାତ୍ରଙ୍କ ମୃତ୍ୟୁ ପରେ ଉତ୍ତଜେନା । ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ରାଉରକେଲା ସେକ୍ଟର ୬ ମହିମା ବିଦ୍ୟାମନ୍ଦିରର ୫ମ ଶ୍ରେଣୀରେ  ପାଠ  ପଢୁଥିବା ସୁମନଜିତ ପ୍ରଧାନ।  ଟୀକା ନେଇ ସୁମନଜିତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କେଉଁ ପରିସ୍ଥିତିରେ ଟୀକା ଦିଆଗଲା, ଏହାର ତଦନ୍ତ  ସେମାନେ ଦାବି କରିଛନ୍ତି।

{"id":156981}

ଟୀକା ନେଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟ ସ୍କୁଲକୁ ଆସି ପ୍ରତିବାଦ କରିଛନ୍ତି। ଇଞ୍ଜେକସନ ଦେଇଥିବା କର୍ମଚାରୀଙ୍କ ବିରୋଧରେ ସ୍କୁଲ ପକ୍ଷରୁ ଥାନାରେ ଅଭିଯୋଗ କରିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି । ସୁରକ୍ଷା ଦୁଷ୍ଟିରୁ ସ୍କୁଲରେ ପୋଲିସ ମୁତୟନ କରାଯାଇଛି ।

{"id":156982}

ଗତକାଲି ଦିନ ୧୧ଟାରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଟୀକା ଦିଆଯାଇଥିଲା । ସନ୍ଧ୍ୟା ୬ଟାରେ ସୁମନଜିତଙ୍କ ମୁଣ୍ଡ ବୁଲାଇବାରୁ ପରିବାରଲୋକେ ଆଇଜିଏଚରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.