ଅଜଣା ଗାଡି ଧକ୍କାରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା

Published By : Prameya-News7 Bureau | March 30, 2019 IST

ଦେବଗଡ ୩୦|୩ : ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଛତାବରଠାରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଛତାବର ଗ୍ରାମ ଜାମ୍ବୁବଣିଆ ସାହିର ସୁଗ୍ରୀବ ସାହୁ । ମୃତ ସୁଗ୍ରୀବ ଭୋର ସମୟରେ ହଳବଳଦ ନେଇ ଜମିକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ବଳଦ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିଲା ବେଳେ ରାସ୍ତା ର ଉଭୟ ପାର୍ଶ୍ବରେ ଗାଡି ସବୁ ଅଟକି ରହିଛି । ମୃତ ସୁଗ୍ରୀବ ଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.