COVID-19 ଲଢେଇରେ ସାମିଲ୍ ହେଲେ ଟେନିସ୍ ତାରକା ଜୋକୋଭିକ୍, ଦାନ କଲେ ୧୦ ଲକ୍ଷ ୟୁରୋ

Published By : Prameya-News7 Bureau | March 28, 2020 IST

ମାଦ୍ରିଦ୍ ୨୮।୩: ବିଶ୍ବର ନମ୍ବର ଓ୍ବାନ୍ ଟେନିସ୍ ଖେଳାଳି ଜୋକୋଭିକ୍ କରୋନା ବିପକ୍ଷ ଲଢେଇରେ ନିଜକୁ ସାମିଲ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ନିଜ ଦେଶ ସର୍ବିଆକୁ ୧୦ ଲକ୍ଷ ୟୁରୋ (ପ୍ରାୟ ୮.୩ କୋଟି ଭାରତୀୟ ଟଙ୍କା) ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଟଙ୍କାରେ ଚିକିତ୍ସା ଉପକରଣ କ୍ରୟ କରାଯିବ | ଜୋକୋଭିକ୍ କହିଛନ୍ତି ଯେ, ଏହି ଅର୍ଥ ଜୀବନ ରକ୍ଷାକାରୀ ରେସପିରେଟର୍ସ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ କିଣିବାରେ ବ୍ୟବହୃତ କରାଯିବ ।

୧୭ ଥର ଗ୍ରାଣ୍ଡସ୍ଲାମ୍ ବିଜେତା ବର୍ତ୍ତମାନ ସ୍ପେନର ମାର୍ବେଲାରେ ଫସି ରହିଛନ୍ତି | ସେ କହିଛନ୍ତି, ମୁଁ ମୋର ଦେଶ ତଥା ସମଗ୍ର ବିଶ୍ବର ସମସ୍ତ ମେଡିକାଲ କର୍ମଚାରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ କରୋନା ଭାଇରସ୍ ବିରୋଧରେ ଲଢିବାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ସେ କହିଛନ୍ତି, ଦୁର୍ଭାଗ୍ୟର କଥା ଯେ, ପ୍ରତିଦିନ ଏଥିରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି ।

ମୁଁ ଏବଂ ମୋ ପତ୍ନୀ ୟେଲେନା ଯୋଜନା କରୁଥିଲୁ କିପରି ଆମେ ଆମର ସମ୍ବଳକୁ ଅଭାବୀ ଲୋକଙ୍କୁ ସାହାଯ୍ୟ କରିପାରିବା | ସର୍ବିଆରେ ଏପର୍ଯ୍ୟନ୍ତ କରୋନାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ସଂକ୍ରମିତ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.