୨୫ତମ ବିବାହ ବାର୍ଷିକୀରେ ପରିବାରକୁ ସରପ୍ରାଇଜ ଦେଲେ ସଚିନ୍

Published By : Prameya-News7 Bureau | May 26, 2020 IST

ମୁମ୍ବାଇ ୨୬/୦୫ : କରୋନା ଯୋଗୁଁ ସାରା ବିଶ୍ୱ ଚିନ୍ତିତ | ସେଥିପାଇଁ ଅଧିକାଂଶ ଦେଶରେ ଲକ ଡାଉନ ଜାରି ରହିଛି | ଲକଡାଉନ ଯୋଗୁଁ ସମସ୍ତ ଖେଳ ବନ୍ଦ ରହିଛି | ସାଧାରଣ ଜନତାଙ୍କ ସମେତ ସେଲିବ୍ରିଟି, ଖେଳାଳି, ରାଜନେତା ଘରେ ନିଜ ପରିବାର ସହ ସମୟ କାଟୁଛନ୍ତି | ଲକଡାଉନ ଯୋଗୁଁ ଜନ୍ମଦିନ, ବାହାଘର, ବ୍ରତ, ବାର୍ଷିକ ଉତ୍ସବ, ପର୍ବପର୍ବାଣି ମଧ୍ୟ ଲୋକେ ନିଜ ନିଜ ଘରେ ପାଳନ କରୁଛନ୍ତି | କ୍ରିକେଟ ଦୁନିଆର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ନିଜ ବିବାହର ୨୫ତମ ବାର୍ଷିକ ଉତ୍ସବ ନିଜ ଘରେ ପାଳନ କରିଛନ୍ତି | ଏହି ଅବସରରେ ସେ ନିଜ ପରିବାରକୁ ସରପ୍ରାଇଜ ଦେବା ପାଇଁ ଏକ ଖାସ କୁଲଫି ପ୍ରସ୍ତୁତ କରିଥିଲେ |

{"id":276200,"sizeSlug":"large"}

ସଚିନ ନିଜ ଇନ୍ସଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରିଛନ୍ତି | ଭିଡିଓରେ ସେ କୁଲଫି ତିଆରି କରୁଥିବା ଦେଖିବାକୁ ମିଳିଛି | ତେବେ ଆମ୍ବରେ ତିଆରି ଏହି କୁଲଫି ସେ କିଭଳି ପ୍ରସ୍ତୁତ କରିଛନ୍ତି ତାହା ସେ ଭିଡିଓରେ କହିଛନ୍ତି | ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ମା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ | ନିଜ ପରିବାର ସଦସ୍ୟଙ୍କ ମୁହଁରେ ଖୁସି ଦେଖିବା ପାଇଁ ଏହି ଖେଳାଳି ସେଫ ପାଲଟିଗଲେ | ଭିଡିଓ ସହ ସେ କ୍ୟାପସନ ଦେଇଛନ୍ତି ଯେ, '୨୫ତମ ବିବାହ ବାର୍ଷିକୀରେ ପରିବାର ପାଇଁ ସରପ୍ରାଇଜ, ଆମ୍ବ କୁଲଫି |'

{"id":276202,"sizeSlug":"large"}

ଲକଡାଉନରେ ମଧ୍ୟ ସଚିନ ଘରେ ବହୁତ ସକ୍ରିୟ ଅଛନ୍ତି | କିଛି ଦିନ ପୂର୍ବରୁ ସଚିନ ନିଜ ମା'ଙ୍କ ପାଇଁ ବାଇଗଣ ଭର୍ତ୍ତା ତିଆରି କରିଥିଲେ | ଲକ ଡାଉନ ଯୋଗୁଁ ପାର୍ଲର ବନ୍ଦ ଥିବାରୁ ସେ କିଛି ଦିନ ପୂର୍ବରୁ ନିଜ ପୁଅ ଅର୍ଜୁନଙ୍କ ଛୁଟି ମଧ୍ୟ କାଟିଥିଲେ | ଏହି ଭିଡିଓ ମଧ୍ୟ ସେ ଇନ୍ସଟାଗ୍ରାମରେ ସେୟାର କରିଥିଲେ |

{"id":276204,"sizeSlug":"large"}

କରୋନା ଯୁଦ୍ଧରେ ସଚିନ ବହୁତ ସକ୍ରିୟ ଅଛନ୍ତି | ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସେ ଆର୍ଥିକ ସାହାଯ୍ୟ କରିଛନ୍ତି | ଏହାସହ ଅନେକ ସଂଗଠନର ସ୍ୱଚ୍ଛତା ଗତିବିଧିରେ ମଧ୍ୟ ସେ ସାମିଲ ହୋଇଛନ୍ତି | ଲକଡାଉନରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ପ୍ରୟାସ କରିଛନ୍ତି | ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ପାଳନ କରିବା ଏବଂ ଘରେ ରହିବାକୁ ସେ ଜନତାଙ୍କୁ ଅପିଲ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.