ମୁକେଶ କି ଜ୍ୟାକ୍ ମା ନୁହଁନ୍ତି ଏବେ ଏହି ବ୍ୟକ୍ତି ହେଲେ ଏସିୟାର ସର୍ବଶ୍ରେଷ୍ଠ ଧନୀ, ଜାଣନ୍ତୁ କିଏ

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ୧୩।୩:  ଭାରତୀୟ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଏବେ ଆଉ ଏସିଆର ଶ୍ରେଷ୍ଠ ଧନୀ ହୋଇ ନାହାନ୍ତି। ଗୁରୁବାର ସେୟାର ବଜାରରେ ହୋଇଥିବା ହ୍ରାସ ରିଲାଏନ୍ସ ଇଣ୍ଡଷ୍ଟ୍ରି ସେୟାର ଦର  ୫.୨୭ ପ୍ରତିଶତ ପର୍ଯ୍ୟନ୍ତ ଖସି ଯାଇଥିଲା। ଫଳରେ ରିଲାଏନ୍ସର ନେଟୱର୍ଥରେ ବ୍ୟାପକ ହ୍ରାସ ହୋଇଥିବା ବେଳେ ମୁକେଶ ଏସିଆ ମହାଦେଶର ଧନିକ ସୂଚୀର ତଳକୁ ଖସିଥିଲେ। ଫଳରେ ଆଲିବାବା ସଂସ୍ଥାପକ ଜ୍ୟାକ୍‌ ମା ଏହି ସୂଚୀର ପ୍ରଥମ ସ୍ଥାନରେ ପହଞ୍ଚିଥିବା ବେଳେ  ଏବେ ତାଙ୍କ ସ୍ଥିତିରେ ବି ପରିବର୍ତ୍ତନ ହୋଇଛି। ଚୀନର ମା ହତେଙ୍ଗ ଏବେ ଏସିଆର ଶ୍ରେଷ୍ଠ ଧନୀକ ଭାବେ ଉଭା ହୋଇଛନ୍ତି।

{"id":237535,"sizeSlug":"large"}

‘ଟେନସେଣ୍ଟ’ର  ସଂସ୍ଥାପକ ହାତେଙ୍ଗ ଜଣେ ବ୍ୟବସାୟୀ, ନିବେଶକ, ରାଜନେତା ଓ ଜନହିତୌଷୀ ବ୍ୟକ୍ତି ଭାବେ ଜଣାସୁଣା। ଫୋର୍ବସ ଧନିକ ସୂଚୀରେ ୪୧.୨ ବିଲିୟନ ଡଲାର ସମ୍ପତ୍ତି ସହ ୧୯ ତମ ସ୍ଥାନରେ କାୟମ  ହାତେଙ୍ଗ ଏବେବି  ତାଙ୍କ ସ୍ଥାନରେ ସ୍ଥିର ଅଛନ୍ତି। ତେବେ ତାଙ୍କ ସହ ସୂଚୀର ଉପର ଧାଡିରେଥିବା ଇ-କମର୍ସ ବ୍ୟବସାୟୀ ଜ୍ୟାକ୍ ମା ଓ  ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଅସ୍ଥିରତା ମଧ୍ୟରେ ସେମାନଙ୍କ ଚମକ ହରାଇଛନ୍ତି।

{"id":237536,"sizeSlug":"large"}

ମା ହାତେଙ୍ଗ ଏସିଆର ସର୍ବ ବୃହତ୍ତ ଇଣ୍ଟରନେଟ୍ ଟେକ୍ନୋଲଜି କମ୍ପାନୀ ‘ଟେନସେଣ୍ଟ’ର   ସଂସ୍ଥାପକ ସାଙ୍ଗକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଅଧ୍ୟକ୍ଷ ମଧ୍ୟ। ଚୀନ ସମେତ ସାରା ବିଶ୍ୱରେ ହାତେଙ୍ଗଙ୍କ କମ୍ପାନୀ ଇଣ୍ଟରନେଟ୍ ସମ୍ପର୍କିତ ସେବା ସାଙ୍ଗକୁ ସର୍ବବୃହତ୍ତ ମୋବାଇଲ ଇନଷ୍ଟାଣ୍ଟ ମେସେଜିଂ ସର୍ଭିସ,ସ୍ମାର୍ଟ ଫୋନ ପେମେଣ୍ଟ ସିଷ୍ଟମ ଓ ଅନଲାଇନ ଆଡଭର୍ଟାଇଜିଂ ଆଦି ଅନେକ ବ୍ୟବସାୟ ସହ ସମ୍ପୃକ୍ତ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.