Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ପ୍ରଧାନମନ୍ତ୍ରୀଙ୍କୁ ବମ ଲଗାଇ ଉଡେଇଦେବାକୁ ଧମକ, ଥାନାକୁ କଲ କରି ଧମକ ଦେଇଥିବା ଯୁବକ ଗିରଫ

25/02/2019 at 2:56 PM

ଦିଲ୍ଲୀ ୨୫/୨ : ଦିଲ୍ଲୀରେ ଜଣେ ଭଡା ଘର ନେଇ ରହୁଥିବା ବ୍ୟକ୍ତି ଘର ମାଲିକଙ୍କ ସହ ଝଗଡା ହୋଇଥିଲା | ଝଗଡାରେ ଭଡା ଵାଲା ଘର ମାଲିକଙ୍କୁ ଗାଳିଗୁଲଜ କରିଥିଲା | ଏଥିରେ ରାଗିଯାଇ ଘର ମାଲିକ ଭଡା ଵାଲା ଉପରକୁ ହାତ ଉଠାଇଥିଲା | ଏଥିରେ ରାଗିଯାଇ ଭଡା ଵାଲା ୧୦୦ କୁ ଫୋନ କରି କହିଲା ଯେ, ସେ ପିଏମ କୁ ବମ ଲଗେଇ ଉଡେଇଦେବ | ଏହି ଫୋନ କଲ ପରେ ଥାନାରେ ହଇଚଇ ସୃଷ୍ଟି ହୋଇଥିଲା |

ଘଟଣା ଦିଲ୍ଲୀର ବୁରାଡ଼ି ଅଂଚଳର | ଘର ମାଲିକଙ୍କ ନାଁ ସତୀଶ | ଅରୁଣ ନାମକ ଜଣେ ଯୁବକ ସତୀଶଙ୍କ ଘର ଭଡା ନେଇ ରହୁଥିଲା | ଅରୁଣ ଶ୍ରମିକ ଭାବେ କାମ କରେ | ଗତକାଲି ରାତିରେ ସେ ମଦ ପିଇଦେଇଥିଲା | ନିଶାସକ୍ତ ଅବସ୍ଥାରେ ଅରୁଣର ସତୀଶଙ୍କ ସହ ପାଟିତୁଣ୍ଡ ହୋଇଥିଲା | ଅରୁଣର ଖରାପ ବ୍ୟବହାରରେ ରାଗିଯାଇ ସତୀଶ ଅରୁଣକୁ ଗୋଟିଏ ଚାପୁଡ଼ା ମାରିଥିଲେ | ଏହାପରେ ଘର ମାଲିକ ସେଠାରୁ ଚାଲିଯାଇଥିଲେ | କିନ୍ତୁ ସତୀଶଙ୍କ ଚାପୁଡ଼ା ଅରୁଣ ହଜମ କରିପାରିଲାନି | ସେ ନିଶାରେ ଥିଲା | କଣ ଭାବିଲା କେଜାଣି ଅଚାନକ ୧୦୦କୁ ଫୋନ ଲଗାଇଲା | ନିଶା ଅବସ୍ଥାରେ ସେ ପୋଲିସକୁ ମଧ୍ୟ ଗାଳିଗୁଲଜ କଲା | ପୋଲିସ ରାଗି ଯିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବମ ଲଗାଇ ଉଡେଇଦେବ ବୋଲି କହିଥିଲା | ଏହାପରେ ପୋଲିସ କଲ ଟ୍ରେସ କରି ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ଅରୁଣକୁ ଗିରଫ କରି ପଚାରୁଚିରା କରୁଛି |

   Related Posts