Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ବର : ୧୬ନଂ ଜାତୀୟ ରାଜପଥ କୁରୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଆଠମଲ୍ଲିକ : ଦେଉଳଝରି ନିକଟରେ ଓଲଟିଲା କୋଇଲା ବୋଝେଇ ଟ୍ରକ୍
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଗୁରୁତର
  • ||
  • ସମ୍ବଲପୁର : ଅପରେସନ ବେଳେ ଖାଦ୍ୟନଳୀ କାଟିଦେଲେ ଡାକ୍ତର, ଗୁରୁତର ଅବସ୍ଥାରେ ମହିଳା ବୁର୍ଲାରେ ଭର୍ତ୍ତି
  • ||
  • ସମ୍ବଲପୁର : ଡାକ୍ତରଖାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ
  • ||
  • ସୋନପୁର : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ସୋର : ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଘଟଣା, କୋଲକାତାରୁ ଅପହୃତ ତାପସ ଉଦ୍ଧାର
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ଟିକ୍‌ଟକ୍‌ ନିଶା ହେଲା କାଳ, ଘର ଲୋକେ ବିରୋଧ କରିବାରୁ ରଶି ଦେଇଦେଲା ୧୦ ବର୍ଷର କୁନି ଝିଅ

3/01/2020 at 3:41 PM

ଜଳନ୍ଧର୩/୧: ଟିକ୍‌ଟକ ନିଶାରେ ଗଲା ଜୀବନ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟିକ୍‌ଟକ ଭିଡିଓ ତିଆରି କରିବା ଛାତ୍ରଛାତ୍ରୀଙ୍କ ନିଶା ପାଲିଟିଛି। ଅଳ୍ପ ବୟସରେ ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଅଧିକାଂଶ ସମୟରେ ଆପଣ ଶୁଣିଥିବେ ଟିକ୍‌ଟକ ପାଇଁ ଘରେ, ବାହାରେ ସବୁଆଡ଼େ ଅଶାନ୍ତି ସୃଷ୍ଟି ହୋଇଥାଏ। ଏପରି କି ଟିକ୍‌ଟିକ ପାଇଁ ଦାମ୍ପତ୍ୟ ଜୀବନରେ ଝଡ଼ ମଧ୍ୟ ସୃଷ୍ଟି ହୋଇଥାଏ। ଟିକ୍‌ଟକ ଭିଡିଓ ତିଆରି କରିବା ନିଶାରେ ଜଣେ ୧୦ ବର୍ଷର ଝିଅ ଆତ୍ମହତ୍ୟା କରିଛି। ପଞ୍ଜାବର ଜଳନ୍ଧରରେ ଏଭଳି ଘଟଣା ଘଟିଛି।

ମୃତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ୧୦ ବର୍ଷର ଝିଅ ଟିକ୍‌ଟିକ ଭିଡିଓ ତିଆରି କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ। ଏପରି କି ଟିକ୍‌ଟକ୍‌ ଭିଡିଓ ତିଆରି କରିବା ନିଶାରେ ଝିଅ ଖାଇବା, ପିଇବା ଭୁଲି ଯାଉଥିଲେ। ଟିକ୍‌ଟକ୍ ଭିଡିଓ କରିବା ନିଶାରେ ସେ ସ୍କୁଲ ନଯାଇ ଘରେ ରହୁଥିଲେ। ଟିକ୍‌ଟକ ଭିଡିଓ ତିଆରି କରିବା ପାଇଁ ୧୦ ବର୍ଷର ଝିଅ ହାତରେ ଟାଟୁ ତିଆରି କରିଥିଲେ। ଏଥସହ ସବୁବେଳେ ହାତରେ ମୋବାଇଲ ଧରି ବସି ରହୁଥିଲେ। ଏହା ତାଙ୍କର ନିତିଦିନିଆ ଅଭ୍ୟାସ ହୋଇଯାଇଥିଲା।  ଝିଅର ଏସବୁ କାର୍ଯ୍ୟକଳାପ ଦେଖି ବାପା-ମାଆ ତାଙ୍କୁ ବିରୋଧ କରିବା ସହ ଗାଳି ଗୁଲଜ ମଧ୍ୟ  କରିଥିଲେ। ବାପା-ମାଆଙ୍କ ଗାଳି ସହି ନ ପାରି ବାଥରୁମ୍‌ରେ ଲାଗିଥିବା ଲୁହା ରଡ଼ରେ ରଶି ଲଗାଇ ୧୦ ବର୍ଷ ଝିଅ ଆତ୍ମହତ୍ୟା କରିଥିଲେ।

ପୋଲିସର ସୂଚନା ମୁତାବକ ଶୁକ୍ରବାର ଦିନ ୧୦ଟାରେ ୧୦ ବର୍ଷର ଝିଅ ରଶି ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁ ନାନକ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପରିବାର ଲୋକ ହସ୍ପିଟାଲରୁ ଝିଅର ଶବକୁ ନେଇ ଆସିଥିଲେ। ମୃତ ୧୦ ବର୍ଷର ଝିଅର ଶବ ସଂସ୍କାର କରିବାକୁ ଯିବା ସମୟରେ ସ୍ଥାନୀୟ ପୋଲିସ ପହଞ୍ଚିଥିଲା। ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇ ଦେଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।

   Related Posts