ଗୋଆରୁ ଉଦ୍ଧାର ହେଲା ଗଁନ୍ଦିଆର ୧୦ ବର୍ଷ ବୟସ୍କା ନାବାଳିକା , ପତ୍ନୀହତ୍ୟା ଅପରାଧରେ ବାପା ଜେଲ ଯିବାପରେ କଟକର ବାବୁଲି ସ୍ବାଇଁ ଝିଅକୁ ଗୋଆ ନେଇଯାଇଥିବା ଅଭିଯୋଗ

Published By : Prameya-News7 Bureau | January 13, 2019 IST

ଢେଙ୍କାନାଳ ୧୩|୧; ପତ୍ନୀ ହତ୍ୟାମାମଲାରେ ସ୍ବାମୀ ଜେଲରେ ଥିବାବଳେ ପରିବାରର ଗରିବୀ ଓ ଅସହାୟତାର ସୁଯୋଗରେ ଗୋଆ ଚାଲାଣ କରାଯାଇଥିବା  ଢେଙ୍କାନାଳ ଗଁନ୍ଦିଆ ଅଞ୍ଚଳର ଜଣେ ୧୦ବର୍ଷର ଶିଶୁ କନ୍ୟାକୁ ଶେଷରେ ଢେଙ୍କାନାଳ ପୁଲିସ ଉଦ୍ଧାର କରିଛି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ପୁଲିସର ଏକ ଟିମ ଗୋଆ ଯାଇ ଏହି ଶିଶୁକୁ ସେଠାରୁ ଉଦ୍ଧାର କରି ଢେଙ୍କାନାଳକୁ ଆଣିଛି । ଆଜି ଏହି ଶିଶୁକୁ ଗଁନ୍ଦିଆ ପୁଲିସ ଜିଲ୍ଲା ଶିଶୁ କଲ୍ୟାଣ କମିଟି ପାଖରେ ହାଜର କରିଛି । ଫଳରେ ଏହି ଶିଶୁକୁ ସିଡବ୍ଲୁସି ପକ୍ଷରୁ ଢେଙ୍କାନାଳର ଏକ ଶିଶୁ ଗୃହରେ ରଖାଯାଇ ତଦନ୍ତ ଜାରି ରଖିଛନ୍ତି ।

{"id":73680}

ପୁଲିସର ତଦନ୍ତ ମୁତାବକ ମା'ର ମୃତ୍ୟୁ ପରେ ବାପା ଜେଲରେ ଥିବା ବଳେ 4ଟି ଶିଶୁକୁ ଲାଳନପାଳନ କରିବା କ୍ଷେତ୍ରରେ ବୃଦ୍ଧ ଜଜେବାପା ଓ ଜଜେମା'ଙ୍କ ପାଇଁ ବେଶ କଷ୍ଟଦାୟକ ଥିଲା । ଫଳରେ ବାପାର ସାଙ୍ଗ କହୁଥିବା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରମର ବୁନୁ ମହାରଣା କହିବା ମୁତାବକ କଟକ ତଲେଙ୍ଗା ବଜାରର ବାବୁଲି ସ୍ବାଇଁ ନାମକ ଜଣେ ଯୁବକ ଏହି ଶିଶୁକୁ ପାଳିବା ଆଳରେ ନେଇଥିଲେ । ତବେ ବାବୁଲି ସ୍ବାଇଁ ଗୋଆରେ ରହୁଥିବାବଳେ ତାକୁ ଗୋଆ ନେଇଯାଇଥିଲେ ।

{"id":73681}

ଫଳରେ ଶିଶୁର ଖୋଜ ଖବର ପାଇନଥିବାରୁ ବା଼ଧ୍ୟ ହୋଇ ଶିଶୁର ଜଜେବାପା ଢେଙ୍କାନାଳ ସିଡବ୍ଲୁସିର ଦ୍ବାରସ୍ଥ ହୋଇଥିଲେ ବୋଲି  ପ୍ରକାଶ କରିଛନ୍ତି । ତବେ ଏହି  ଶିଶୁକୁ ବିକ୍ରି କରିଦିଆଯାଇଛି ବୋଲି  ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ତଦନ୍ତକାରୀ ଗଁନ୍ଦିଆ ପୁଲିସ ।  ଏହି ଶିଶୁଟିକୁ ଗୋଆର ଗୋଲଭା ଜିଲାଲ ଫାକ୍ଟଏଡ ଅଞ୍ଚଳର ମିଙ୍ଗଲ୍ ଲୁଇସ ଓ ଆଇତି ଲୁଇସ ନାମକ ଦମ୍ପତ୍ତି ଘରୁ ଉଦ୍ଧାର କରିଥିବା ପ୍ରକାଶ କରିଛି ପୁଲିସ । ସେଠାରେ ସେ ହୋଲି କ୍ରସ ନାମକ ଏକ ସ୍କୁଲରେ ତୃତୀୟଶ୍ରେଣୀରେ ପାଠ ପଢୁଥିଲା ବୋଲି ଗଁନ୍ଦିଆ ଥାନା ଅଧିକାରୀ ପ୍ରକଶ କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.