Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

୧୦ ଥର ବିବାହ ପରେ ବି ନଥିଲେ କେହି ଉତ୍ତରାଧିକାରୀ, ପାଳିତ ପୁଅ ପାଇଥାନ୍ତା ସମ୍ପତ୍ତି, କ୍ଷେତରୁ ମିଳିଲା ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ

24/01/2021 at 4:56 PM

ବରେଲି ୨୪/୦୧: ସମ୍ପତ୍ତି ପାଇଁ ନିର୍ମମ ହତ୍ୟା ! ୧୦ଟି ବିବାହ କରିଥିବା ୫୨ ବର୍ଷୀୟ ବୃଦ୍ଧଙ୍କୁ କେହି ଦୁର୍ବୃତ୍ତ ଛୁରୀ ଭୁଶି ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ଉତ୍ତରପ୍ରଦେଶର ଭୋଜିପୁରା ଅଞ୍ଚଳରେ ଘଟିଛି। ଜଗନଲାଲ ଯାଦବ ନାମକ ଜଣେ କୃଷକଙ୍କୁ ହତ୍ୟା କରାଯାଇଛି। ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ପୂର୍ବ ପୀଢ଼ି ପାଖରୁ ତାଙ୍କୁ ଏହି ସମ୍ପତ୍ତି ମିଳିଥିବା ଜଣାପଡ଼ିଛି।

ଜଗନଲାଲ ତାଙ୍କର ଏହି ସମ୍ପତ୍ତି ପାଳିତ ପୁଅ ନାଁରେ କରିଦେଇଥାନ୍ତେ । କିନ୍ତୁ କ୍ଷେତରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଜଗନଲାଲଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ବେଳେ ତାଙ୍କ ବେକକୁ ମଫଲରରେ ଗୋଡ଼ାଇ ଟଙ୍ଗେଇ ଦେଇଛି ଦୁର୍ବୃତ୍ତ। ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଜଗନଲାଲଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବି ସ୍ପଷ୍ଟ ଭାବେ ଜଣାପଡ଼ୁଛି ବୋଲି ଭୋଜିପୁରା ଷ୍ଟେସନ ହାଉସ୍‌ ଅଧିକାରୀ ମନୋଜ କୁମାର ତ୍ୟାଗି କହିଛନ୍ତି। କିନ୍ତୁ ମିଳିଥିବା ସୂଚନା ଅନୁସାରେ ଜଗନଲାଲଙ୍କ ନିଷ୍ପତ୍ତିରେ ତାଙ୍କ ବଡ଼ ଭାଇ ଖୁସି ନଥିଲେ। ୯୦ ଦଶକ ପୂର୍ବରୁ ପ୍ରଥମ ବିବାହ କରିଥିଲେ ଜଗନଲାଲ। ୫ ଜଣ ସ୍ତ୍ରୀ ରୋଗରେ ପଡ଼ି ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ତାଙ୍କୁ ଛାଡ଼ି ଅନ୍ୟ ପୁରୁଷଙ୍କ ସହ ପଳାଇଥିଲେ। ଏବେ ତାଙ୍କର ଦୁଇ ଜଣ ସ୍ତ୍ରୀ ଅଛନ୍ତି। ସେମାନେ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୩୫ ଏବଂ ୪୦ ବର୍ଷ। କିନ୍ତୁ ସେମାନେ ଜଗନଲାଲଙ୍କ ପୂର୍ବ ବିବାହ କଥା ଜାଣିନାହାନ୍ତି ବୋଲି ପୋଲିସ କହିଛି।

ଜଗନଲାଲ ୧୦  ଥର ବିବାହ କରିଥିଲେ ବି ତାଙ୍କର କୌଣସି ଉତ୍ତରାଧିକାରୀ ନଥିଲେ। ଜଣେ ଯୁବକ ତାଙ୍କ ସହ ରହୁଥିଲେ ଯିଏକି ତାଙ୍କର ଜଣେ ସ୍ତ୍ରୀଙ୍କ ପୂର୍ବ ସ୍ବାମୀଙ୍କ ପାଖରୁ ଜନ୍ମ ନେଇଥିଲେ। ତେବେ ପୋଲିସ ମାମଲାରେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

   Related Posts