Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଆଫଗାନିସ୍ତାନରେ ପ୍ରବେଶ କଲେଣି ୧୦ ହଜାରରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ !

30/07/2021 at 9:56 PM

ନୂଆଦିଲ୍ଲୀ  ୩୦/୭: ଆଫଗାନିସ୍ତାନରେ ପ୍ରବେଶ କରିଛନ୍ତି ୧୦ ହଜାର ପାକିସ୍ତାନୀ ଆତଙ୍କବାଦୀ। ଏନେଇ ଖୋଦ ଆଫଗାନ ସରକାର କହିଛନ୍ତି। ଏମିତି ଅନେକ ରିପୋର୍ଟ ମିଳିଛି ଯାହା ଦର୍ଶାଉଛି ତାଳିବାନ ଆତଙ୍କବାଦୀଙ୍କୁ ବହୁ ପାକିସ୍ତାନୀ ସଂସ୍ଥାଙ୍କ ପ୍ରତ୍ୟେକ୍ଷ ସହାୟତାରେ ପ୍ରିଶିକ୍ଷଣ ଦିଆଯାଉଛି। ଆଫଗାନିସ୍ତାନ ଟାଇମ୍ସର ରିପୋର୍ଟକୁ ଆଧାର କରି ଏଏନଆଇରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଆଫାଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ ଘାନିଙ୍କ ପ୍ରବକ୍ତା ଭିଡିଓ ଜାରି କରି କହିଛନ୍ତି, ହଜାର ହଜାର ଆତଙ୍କାବାଦୀ ଯୁଦ୍ଧ ପାଇଁ ଆଫଗାନିସ୍ତାନରେ ପହଞ୍ଚିଛନ୍ତି ।

ପାକିସ୍ତାନ ଲଗାତାର ତାଲିବାନର ସହାୟତା କରୁଛି
ଭିଡିଓ ମେସେଜ୍‌ ମାଧ୍ୟମରେ ରାଷ୍ଟ୍ରପତିଙ୍କ ପ୍ରବକ୍ତା କହିଛନ୍ତି, ଆମ ପଖରେ ସଠିକ୍‌ ଗୁଇନ୍ଦା ରିପୋର୍ଟ ଅଛି ୧୦ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ ପ୍ରବେଶ କରିଛନ୍ତି। ଏହା ସହ ୧୫ ହଜାରରୁ ଅଧିକ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନ ଯିବାକୁ ପ୍ରୋତ୍ସାହିତ କରାଯାଉଛି। ଏଥିରୁ ଜଣାପଡ଼ୁଛି, କୌଣସି ସଂସ୍ଥା ତାଲିବାନ ଆତଙ୍କବାଦୀଙ୍କୁ ଟ୍ରେନିଂ ଏବଂ ଟଙ୍କା ଦେଇ ସହାୟତା କରୁଛି ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ଘାନି ବି କହିଲେ ସମାନ କଥା
ଏହା ପୂର୍ବରୁ ଅଶରଫ ଘାନି କହିଥିଲେ ୧୦ ହଜାରରୁ ଅଧିକ ବିଦେଶୀ ଆତଙ୍କବାଦୀ ପାକିସ୍ତାନରୁ ଆଫଗାନିସ୍ତାନ ଆସିଛନ୍ତି। ଇମ୍ରାନ ଖାନ ଏବଂ ପାକ ସେନା ମୁଖ୍ୟ ତାଲିବାନକୁ ସାହାଯ୍ୟ କରିବେନି ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମିଛ ବୋଲି ଘାନି ମଧ୍ୟ ଏବଂ ଦକ୍ଷିଣ ଏସିଆ ସମ୍ପର୍କ ସମ୍ମଳନୀରେ କହିଥିଲେ ।

   Related Posts