ଅଷ୍ଟେଲିଆରେ ୧୦,୦୦୦ ଓଟଙ୍କୁ ଗୁଳି କରି ମାରିବାକୁ ଆଦେଶ : କାରଣ ଜାଣି ହେବେ ଆଶ୍ଚର୍ଯ୍ୟ
7/01/2020 at 5:36 PM

କାନବେରା ୭/୧: ସାଧାରଣତଃ ଆପଣ ଦେଖିଥିବେ ସେ ଦେଶବ୍ୟାପୀ ଜୀବଜନ୍ତୁଙ୍କୁ ସୁରକ୍ଷା ନିମନ୍ତେ ଉଦ୍ୟମ ହୋଇଥାଏ,କିନ୍ତୁ ଅଷ୍ଟେଲିଆରେ ଆଦିବାସୀ ନେତାଙ୍କ ଏକ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସେମାନେ ମରୁଭୂମି ଅଞ୍ଚଳରେ ପିଇବା ପାଣି ବଞ୍ଚାଇବା ପାଇଁ ଦକ୍ଷିଣ ଅଷ୍ଟେଲିଆରେ ପାଖାପାଖି ୧୦ହଜାର ଜଙ୍ଗଲୀ ଓଟଙ୍କୁ ମାରିବାକୁ ଆଦେଶ ଦେଇଛନ୍ତି। ଏହି କାମ ବୁଧବାରଠୁ ଆରମ୍ଭ କରାଯିବ। ପେଶାଗତ ସୁଟର ହେଲିକପ୍ଟର ଓଟ ଶିକାର କରିବେ।

ଅଷ୍ଟେଲିଆରେ ରହୁଥିବା କିଛି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଅଭିଯୋଗ ହେଉଛି ଯେ ଜଙ୍ଗଲି ଓଟ ପାଣି ଖୋଜି ଖୋଜି ତାଙ୍କ ଅଞ୍ଚଳକୁ ଆସିଥାଆନ୍ତି ଏବଂ ତାଙ୍କ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥାଆନ୍ତି। ଏହି ଅଭିଯୋଗ ପରେ ଓଟକୁ ମାରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପାଖାପାଖି ୫ଦିନ ଲାଗିପାରେ।

ଚିନ୍ତାର ବିଷୟ ଏହିକି ଯେ ପଶୁ ବିଶ୍ବ ତାପାୟନରେ ମଧ୍ୟ ନିଜର ଯୋଗଦାନ ଦେଇଥାଆନ୍ତି କାରଣ ବର୍ଷକରେ ସେମାନେ ଏକ ଟନ୍ କାର୍ବନ ଡାଇଅକ୍ସାଇଡ ସମାନ ମିଥେନ୍ ନିର୍ଗତ କରିଥାଆନ୍ତି। ଅଷ୍ଟେଲିଆର ଜାତୀୟ ଜଙ୍ଗଲି ଓଟ ପ୍ରବନ୍ଧନ ଯୋଜନା ଅନୁସାରେ ଯଦି ଓଟକୁ ନେଇ କୌଣସି ବିକଳ୍ପ ବ୍ୟବସ୍ଥା ନକରାଯାଏ ତେବେ ଏଠାରେ ଜଙ୍ଗଲି ଓଟର ସଂଖ୍ୟା ପ୍ରତି ୯ବର୍ଷରେ ଦୁଇ ଗୁଣ ହୋଇଯିବ।

ଏକ ଲକ୍ଷ ଜଙ୍ଗଲି ଓଟ ପ୍ରତି ବର୍ଷ ଯେତିକି କାର୍ବନ୍ ଡାଇଅକ୍ସାଇଡ ସମାନ ମିଥେନ ନିର୍ଗତ କରିଥାଆନ୍ତି, ତାହା ରାସ୍ତାରେ ଚାଲୁଥିବା ଅତିରିକ୍ତ ୪ଲକ୍ଷ କାର୍ ସମାନ ଅଟେ।

ଅଷ୍ଟେଲିଆର ଜଙ୍ଗଲରେ ନିଆଁ ଲାଗି ଲକ୍ଷ ଲକ୍ଷ ପଶୁ ପୋଡ଼ି ଛାରଖାର ହୋଇ ଯାଇଛନ୍ତି। ଅନେକ ଯନ୍ତ୍ରଣାଦାୟକ ଫଟୋ ଏବଂ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଏପରି ପରିସ୍ଥିତିରେ ବର୍ଦ୍ଧିତ ଓଟଙ୍କ ସଂଖ୍ୟା ଏବେ ଆହୁରି ଚିନ୍ତାର ବିଷୟ ହୋଇଛି।
