ଟଳିଲା ବନ୍ୟା ଭୟ ; ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ବନ୍ଦ
30/08/2018 at 9:32 PM

ସମ୍ବଲପୁର ୩୧|୮: ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ବନ୍ଦ ହେଲା । ୧୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୧୦ଟି ଓ ଡାହାଣ ପାର୍ଶ୍ବରେ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୩.୧୨ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୩ ଲକ୍ଷ ୧୭ ହଜାର ୫୨୨ ଘନଫୁଟ ଜଳ । ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୨ ଲକ୍ଷ ୫୧ ହଜାର ୨୪୨ ଘନଫୁଟ ଜଳ । ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା ପରେ ଗୁରୁବାର ୨ଟି ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ବନ୍ଦ କରି ଦିଆଯାଇଛି ।