ମହାରାଷ୍ଟ୍ର: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ଶିଶୁ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | January 09, 2021 IST

ମୁମ୍ବାଇ ୦୯।୦୧: ମହାରାଷ୍ଟ୍ରର ଭଣ୍ଡାରା ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନେକ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଶିଶୁଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଶିଶୁମାନଙ୍କ ବୟସ ପ୍ରାୟ ଗୋଟିଏ ଦିନରୁ ୩ ମାସ ମଧ୍ୟରେ ହୋଇଥିବା ସୂଚନା ରହିଛି ।

ଖବରଅନୁଯାୟୀ, ଭଣ୍ଡାରା ସ୍ଥିତ ଏକ ସରକାରୀ ମେଡିକାଲର ଆଇସିୟୁରେ ମୋଟ ୧୭ଜଣ ଶିଶୁଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ରାତି ୨ଟା ସମୟରେ ହଠାତ୍‌ ମେଡିକାଲରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର ଖବର ପାଇ ମେଡିକାଲରେ ଉପସ୍ଥିତ ଥିବା ନର୍ସାମାନେ ଶିଶୁ ଆଇସିୟୁ ଓ୍ୱାର୍ଡ ଖୋଲିଥିଲେ । ଓ୍ୱାର୍ଡର କବାଟ ଖୋଳି ଦେଖନ୍ତି ତ ପୁରା ବଖରା ଧୁଆଁମୟ ହୋଇଯାଇଛି । ଯାହାପରେ ତୁରନ୍ତ ମେଡିକାଲର ଉପରସ୍ଥି ଅଧିକାରୀଙ୍କୁ ଜଣାଇଥିଲେ ।ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତେବେ ଉଦ୍ଧାର ପରେ ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୭ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନାଙ୍କୁ ନିକଟରେ ଥିବା ବିଭିନ୍ନ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.