ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଷ୍ଠା ହେବ ସାଇନ୍ସ ପାର୍କ, ହେଲେ ପ୍ରଥମ ପର୍ଯ୍ୟାରେ ଏହି ୧୦ଟି ଜିଲ୍ଲାରେ ଆରମ୍ଭ ହେବ ନିର୍ମାଣ

Published By : Prameya-News7 Bureau | November 16, 2019 IST

ଭୁବନେଶ୍ବର୧୬।୧୧ : ରାଜ୍ୟର ସମସ୍ତ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ବା ପାର୍କ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଏହା ୧୦ଟି ଜିଲ୍ଲା ଯଥା ଗଞ୍ଜାମ, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର , କୋରାପୁଟ, ଭଦ୍ରକ,ପୁରୀ , ବଲାଙ୍ଗୀର, ସୁନ୍ଦରଗଡ, ଜଗତସିଂହପୁରରେ ପ୍ରତିଷ୍ଠା କରାଯିବ, ପରେ ଦ୍ବିତୀୟ ପର୍ଯ୍ୟାୟରେ ବାକି ଜିଲ୍ଲା ମାନଙ୍କରେ ପ୍ରତିଷ୍ଠା କରାଯିବାର ଯୋଜନା ରଖାଯାଇଛି ବୋଲି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ପ୍ରକାଶ କରିଛନ୍ତି ।

{"id":185228,"sizeSlug":"large"}

ବାଲେଶ୍ବର ବିଧାୟକ ମଦନ ମୋହନ ଦତ୍ତଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ବିଜ୍ଞାନ ବିଭାଗର ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ତରଫରୁ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ବିଗତ ପାଞ୍ଚ ବର୍ଷରେ ୨୦୮ଟି ବାୟୋ-ଗ୍ୟାସ ସ୍ଥାପନ କରାଯାଇଥିବା ବେଳେ, ୧୯୧ଟି ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ , ଡିଡିଜି ସ୍କିମରେ ୬୦ଟି ଘରକୁ ସୌର ଶକ୍ତି ସଂଯୋଗ ସହ ୧୨ଟି ସୌର ଚାଳିତ ଲାଇଟ ସିଷ୍ଟମ ସ୍ଥାପନ କରାଯାଇଛି ।

{"id":185231,"width":585,"height":328,"sizeSlug":"large"}

ସୌଭାଗ୍ୟ ଯୋଜନାରେ ଔପଦା ଓ ନୀଳଗିରି ବ୍ଲକର ୯୧ଟି ଘରକୁ ସୌରଶକ୍ତି ଯୋଗାଣ କାର୍ଯ୍ୟା ଚାଲୁ ରହିଛି । ଜିଲ୍ଲାର ୧୦ଗୋଟି ଅଗ୍ନିଶମ କେନ୍ଦ୍ରରେ ସୌରଶକ୍ତି ନିର୍ମାଣ ପାଇଁ ବ୍ୟବସ୍ଥା ହେଇଛି ।  ଉଠା ଜଳସେଚନ ନିଗମ ଓ ଓରେଡାର ମିଳିତ ସହଯୋଗରେ ସୌରଶକ୍ତି ଦ୍ବାରା ଜଳ ସେଚନ ପାଇଁ ୩୨ଟି ପ୍ରକଳ୍ପ ସ୍ଥାପନ କରାଯାଇଛି ।

{"id":185234,"width":555,"height":399,"sizeSlug":"large"}

ଜୟପୁର ବିଧାୟକ ତାରା ବାହିନୀପତିଙ୍କ ଜୟପୁରରେ ବିଜ୍ଞାନ ପାର୍କ ଖୋଲିବା ନେଇ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି କେତେ ବାଟ ଗଲାର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ ଉକ୍ତ ପ୍ରକଳ୍ପର ଡିପିଆରରେ ପ୍ରସ୍ତୁତି କାର୍ଯ୍ୟ କାଲୁରହିଛି ଓ ଏହାର ଟେଣ୍ଡର ଆହ୍ବାନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି । ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.