କମିଶନରେଟ୍ ପୋଲିସକୁ ଘାରିଛି ଚିନ୍ତା , ପୁଣି ୧୦ କର୍ମଚାରୀ କରୋନା ପଜିଟିଭ୍

Published By : Prameya-News7 Bureau | August 13, 2020 IST

କଟକ ୧୩।୦୮: ସାରା ରାଜ୍ୟରେ ଏବେ କରୋନା ଚିନ୍ତା ଜନକ ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ଏବେ କରୋନା ଯୋଦ୍ଧାମାନେ ସଂକ୍ରମିତ ହେବା । ଏହିପରି ଭାବେ ପୁଣି ୧୦ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।

କମିଶନରେଟ ପୋଲିସକୁ କରୋନା ଚିନ୍ତା ଘାରିଛି । ପୁଣି ୧୦ଜଣ  ପୋଲିସ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ କର୍ମଚାରୀମାନେ ରିଜର୍ଭ ପୋଲିସର ହୋଇଥିବା ସୂଚନା ରହିଛି । ଏହାକୁ  ମିଶାଇ ମୋଟ୍‌ ୩୦ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.