ଦିଲ୍ଲୀ ଡାକ୍ତରଖାନାରେ ସୁସ୍ଥ ହେଲେ ଆଣ୍ଡାମାନ ନିକୋବରର ୧୦ ଜଣ ସଂକ୍ରମିତ

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ୧୦/୦୪ : ଗତ ମାସରେ ନୂଆଦିଲ୍ଲୀର ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଦଶ ଜଣ ଲୋକ ଆସିଥିଲେ | ଏମାନେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଏମାନେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ | ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏମାନେ ସୁସ୍ଥ ଅଛନ୍ତି |

ରୋଗୀମାନେ ମାର୍ଚ୍ଚ ୨୪ ତାରିଖରେ କୋଲକାତା ଦେଇ ଦିଲ୍ଲୀରୁ ବିମାନ ଯୋଗେ ପୋର୍ଟ ବ୍ଲେୟାରକୁ ଯାତ୍ରା କରିଥିଲେ । ତେବେ କରୋନା ଲକ୍ଷଣ ଦେଖାଦେବା ପରେ ସେମାନଙ୍କୁ ବିମାନବନ୍ଦରରୁ ଦିଲ୍ଲୀର ଏକ ଡାକ୍ତରଖାନାକୁ ପଠାଯାଇଥିଲା। ସେହି ସମୟ ମଧ୍ୟରେ ସେମାନଙ୍କ ମଧ୍ୟରୁ କେହି ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରିନଥିଲେ ।

ଚିକିତ୍ସା ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି ଏବଂ ଖୁବ୍ ଶୀଘ୍ର ସେମାନେ ଚିକିତ୍ସିତ ହେଉଥିବା ଗୋବିନ୍ଦ ବଲ୍ଲଭପନ୍ତ ହସ୍ପିଟାଲରୁ ଡିସଚାର୍ଜ ହେବେ ଯେଉଁଠାରେ ସେମାନେ ଚିକିତ୍ସିତ ହେଉଥିଲେ ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଦିଲ୍ଲୀର ଏକ ହୋଟେଲରେ ଏମାନେ ୧୪ ଦିନ ପର୍ଯ୍ୟନ୍ତ କ୍ଵାରେଣ୍ଟାଇନରେ ରଖାଯିବ ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି |

ଏହି ସମୟରେ ପୋର୍ଟ ବ୍ଲେୟାରର ଆଉ ଜଣେ ମହିଳା ଯିଏ ଚଳିତ ସପ୍ତାହ ଆରମ୍ଭରେ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେ ମଧ୍ୟ ସେହି ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । ମାର୍ଚ୍ଚ ୨୪ ତାରିଖରେ ସେ ମଧ୍ୟ ସେହି ବିମାନରେ ଥିଲେ ଯେଉଁଥିରେ ଅନ୍ୟ ୧୦ ଜଣ କୋଲକାତା ଠାରୁ ପୋର୍ଟ ବ୍ଲେୟାର ଅଭିମୁଖେ ଯାଉଥିଲେ |ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଏପର୍ଯ୍ୟନ୍ତ ୧୧ ଜଣ କରୋନାରେ ପୀଡିତ ହୋଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.