ପ୍ରକୃତି ହେଲା ଭୟଙ୍କର: ଆକାଶରୁ ପଡ଼ିଲା ବଜ୍ର, ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | June 08, 2020 IST

ଭୁବନେଶ୍ୱର୮ା୬: ଆଜି ରାଜ୍ୟରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। କିନ୍ତୁ ଏବେ ବଜ୍ରାଘାତରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୧୦ଜଣଙ୍କ ମଧ୍ୟରେ ଜଗତସିଂହପୁର ସ୍ଥିତ ବୋରିଗୁମା ବରଗୁଡ଼ିପଡ଼ା ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କେନ୍ଦ୍ରାପଡ଼ା ସ୍ଥିତ ମହାକାଳପଡ଼ା ବାରଡାଙ୍ଗ ଗ୍ରାମରେ ଜଣେ, ଟାଙ୍ଗୀ ସଫା ପଞ୍ଚାୟତରେ ୨ଜଣ, କେନ୍ଦୁଝର ସ୍ଥିତ କାଠକଟା ପଞ୍ଚାୟତ ବିର୍ଶାମୁଣ୍ଡାରେ ଜଣେ, ଢ଼େଙ୍କାନାଳ ସଦର ଥାନା ଅଞ୍ଚଳରେ ୨ଜଣ, ରାଇଡ଼ିହି ଗ୍ରାମରେ ଜଣେ, ଦଣ୍ଡାରଗଡ଼ିର ଜଣେ ମହିଳା, ଦେବଗଡ଼ ସ୍ଥିତ ବାଘମାରି ଗ୍ରାମରେ ଜଣଙ୍କର ବଜ୍ରଘାତରେ ମୃତ୍ୟୁ ହୋଇଛି । ପ୍ରକୃତିର କରାଳ ରୂପରେ ଆଜି ୧୦ ଜଣଙ୍କ ଜୀବନ ଚାଲିଗଲା। ଚଳିତ ବର୍ଷ ବଜ୍ରାଘାତରେ ବହୁ ଲୋକଙ୍କ ମୃତ୍ୟୁ ହୋଇଛି। କରୋନା ମହାମାରୀ, ବାତ୍ୟା ଅମ୍ଫାନ ଏବଂ ବଜ୍ରାଘାତ ଏହି ୩ଟି ରାଜ୍ୟବାସୀଙ୍କ ହନ୍ତସନ୍ତ କରି ସାରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.