ହୀରାକୁଦ ଜଳ ଭଣ୍ଡାରକୁ ଏଥର ଆସିଛନ୍ତି ୧୦ପ୍ରଜାତିର ନୂଆ ପକ୍ଷୀଙ୍କ ସମେତ ୯୨ଟି ପ୍ରଜାତିର ୧ଲକ୍ଷ ୪୫ହଜାର ୯୪୬ଟି ବିଦେଶାଗତ ପକ୍ଷୀ, କଳରବରେ ମୁଖରିତ ସମଗ୍ର ଅଂଚଳ

Published By : Prameya-News7 Bureau | January 11, 2019 IST

ସମ୍ବଲପୁର ୧୧|୧: ହୀରାକୁଦକୁ ଆସିଥିବା ବିଦେଶୀ  ପକ୍ଷୀଙ୍କ ଗଣନା କାର୍ଯ୍ୟ ସରିଛି । ଚଳିତବର୍ଷ  ଅଧିକ ସଂଖ୍ୟାରେ ପକ୍ଷୀ ଆସିଛନ୍ତି । ଏହାସହ  ଏଥର ୧୦ପ୍ରଜାତିର ନୂଆ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ହୀରାକୁଦ, ସମ୍ବଲପୁର ଓ ଝାରସୁଗୁଡା ବନ୍ୟପ୍ରାଣୀ ଅଞ୍ଚଳର ତିନୋଟି ଜୋନ୍‌ରେ ଏକା ସାଙ୍ଗରେ  ପକ୍ଷୀ ଗଣନା କାର୍ଯ୍ୟ ସରିବା ପରେ ଚୁଡାନ୍ତ ରିପୋର୍ଟ ପ୍ରକାଶ ପାଇଛି ।

{"id":72799}

ହୀରାକୁଦକୁ କ୍ରମାଗତ ଷଷ୍ଠଥର ଲାଗି ବିଦେଶାଗତ ପକ୍ଷୀ ଆସିଛନ୍ତି। ଏହି ପକ୍ଷୀମାନଙ୍କ କଳରବରେ ଜଳଭଣ୍ଡାର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଛି। ଆକାଶରେ ଦଳ ଦଳ ହୋଇ ପକ୍ଷୀ  ଦୃଶ୍ୟ ସତରେ ଦେଖିଲା ଭଳି । ଗତବର୍ଷ ତୁଳନାରେ ଚଳିତବର୍ଷ ୯ହଜାରରୁ ଅଧିକ ପକ୍ଷୀ ଆସିଥିବା ଆସିଛନ୍ତି ।  ଏଥର ୧୦ଟି ନୂଆ ପ୍ରଜାତିର ନୂତନ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ଚଳିତବର୍ଷ ସମ୍ବଲପୁର,ହୀରାକୁଦ ଓ ଝାରସୁଗୁଡା ବନ୍ୟପ୍ରାଣୀ ଅଞ୍ଚଳକୁ ୯୨ଟି ପ୍ରଜାତିର ୧ଲକ୍ଷ ୪୫ହଜାର ୯୪୬ଟି ପକ୍ଷୀ ଆସିଥିବା ସ୍ପଷ୍ଟ ହୋଇଛି ଗଣନାରୁ । ଚଳିତବର୍ଷ ପକ୍ଷୀଗଣନା କାର୍ଯ୍ୟରେ ୨୧ଟି ୟୁନିଟ କରାଯାଇଥିଲା।

{"id":72800}

ବିଦେଶୀ ପକ୍ଷୀମାନେ ନିକଟସ୍ଥ ଡେବିର୍‌ଗଡ ଅଭୟାରଣ୍ୟରେ ବସା କରି   ଅଣ୍ଡା ଦିଅନ୍ତି । ଯିବାବେଳେ ଶାବକମାନଙ୍କ ସହ ନିଜ ଦେଶକୁ ଫେରିଯାଇଥାନ୍ତି। ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶିର ପ୍ରାକୃତିକ ପରିବେଶ, ସୁହାଇଲା ଭଳି  ଜଳବାୟୁ, ଚାରିପାଖରେ ସବୁଜିମା ଭରା ପାହାଡ ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ମିଳୁଥିବାରୁ ପକ୍ଷୀମାନେ ପ୍ରତିବର୍ଷ ଏଠାକୁ ଆକୃଷ୍ଠ ହୋଇ ଆସିଥାନ୍ତି । ଏଠାରେ ଅକ୍ଟୋବରରୁ ଫେବୃୟାରୀ ପର୍ଯ୍ୟନ୍ତ ରହି, ପୁଣି ନିଜ ଦେଶକୁ ଫେରିଯାଇଥାନ୍ତି ।

{"id":72801}

ପ୍ରତିବର୍ଷ ହୀରାକୁଦ ଜଳଭଣ୍ଡାରକୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନିଶ୍ଚିତ ରୁପେ ଏକ ଶୁଭ ସୂଚନା। ହେଲେ ଏହି ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଆହୁରି ଅଧିକ ବ୍ୟବସ୍ଥା କରିବାକୁ ପକ୍ଷୀପ୍ରେମୀ ମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.