ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ୧୦ଟି ବ୍ୟାଙ୍କ ମିଶି ୪ ବ୍ୟାଙ୍କ ହେବ, ଜାଣନ୍ତୁ କେଉଁ କେଉଁ ବ୍ୟାଙ୍କର ରହିବନି ଚିହ୍ନ ବର୍ଣ୍ଣ

Published By : Prameya-News7 Bureau | August 30, 2019 IST

ନୂଆଦିଲ୍ଲୀ୩୦|୮: ଦେଶର ଅର୍ଥ ବ୍ୟବସ୍ଥା ସୁଧାରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା । ଦେଶର କେତେକ ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ହୋଇଛି । ୧୦ଟି ବ୍ୟାଙ୍କକୁ ମିଶାଇ ୪ଟି ବ୍ୟାଙ୍କ ରଖାଯାଇଛି। ଏବେ ଦେଶରେ କେବଳ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିବ । ।

{"id":151106}

ଏହାସହିତ ଅର୍ଥନୈତିକ ଠକେଇ ରୋକିବାକୁ ଅର୍ଥମନ୍ତ୍ରୀ କେତେ ଗୁଡ଼ିଏ ବଡ଼ ଘୋଷଣା କରିଛନ୍ତି ।ସେପଟେ ଦେଶର ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇ ୫ ପ୍ରତିଶକୁ ଆସିଛି। …

{"id":151107}

୧୦ଟି ବ୍ୟାଙ୍କ ମିଶିଯିବ। ୪ ବ୍ୟାଙ୍କ ହେବ।  ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ସାମ୍ନା କରିବା ଲାଗି ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା ।  ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍‌ ବ୍ୟାଙ୍କର ମିଶ୍ରଣ ହୋଇଛି ।

{"id":151108}

ଏହି ବିଲୟ ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦେଶର ଦ୍ବିତୀୟ ବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହୋଇଛି ।ଏହାର ବ୍ୟବସାୟ ୧୭.୯୫ ଲକ୍ଷ କୋଟି ଟଙ୍କାର ହେବ ।

{"id":151109}

କାନାରା ବ୍ୟାଙ୍କ ଓ ସିଣ୍ଡିକେଟ୍‌ ବ୍ୟାଙ୍କ ମିଶିଯିବ। ଏହାର ବିଜନେସ ୧୫.୨ ଲକ୍ଷ କୋଟି ଟଙ୍କାର ହୋଇଥିବା ବେଳେ ଦେଶର ଚତୁର୍ଥ ବଡ଼ ବ୍ୟାଙ୍କର ମାନ୍ୟତା ପାଇବେ  ।

{"id":151111}

ସେହିପରି ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆନ୍ଧ୍ରା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କର ବିଲୟ ହୋଇଛି । ଏହା ଦେଶର ପଞ୍ଚମ ବଡ଼ ବ୍ୟାଙ୍କ ସମୁହ ହୋଇଥିବା ବେଳେ ଏହାର କାରବାର ୧୪.୬ ଲକ୍ଷ କୋଟି ଟଙ୍କାର ହୋଇଛି ।

{"id":151112}

ସେହିପରି ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ, ଇଣ୍ଡିଆନ୍ ବ୍ୟାଙ୍କ ସହିତ ମିଶ୍ରଣ ହୋଇଛି । ଏହାର କାରବାର ୮.୦୮ ଲକ୍ଷ କୋଟି ଟଙ୍କାର ରହିବ ।…

{"id":151113}

 ଅର୍ଥମନ୍ତ୍ରୀଙ୍କର ଏହି ବଡ଼ ଘୋଷଣା ପରେ ଦେଶରେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଯାଇଛନ୍ତି । ଏହାପୂର୍ବରୁ ୨୦୧୭ରେ ଦେଶରେ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଥିଲା ।

{"id":151115}

ଆର୍ଥିକ ମାନ୍ଦାବସ୍ଥା ଚ୍ୟାଲେଞ୍ଜକୁ ସାମନା କରିବା ଲାଗି ଏଭଳି କିଛି ପଦକ୍ଷେପ ନିଆଯାଇଛି। ଏଥିସହିତ ଅର୍ଥମନ୍ତ୍ରୀ   ଦେଶର  ଅନାଦେୟ ଋଣ ପରିମାଣ ହ୍ରାସ ପାଇଥିବା ସୂଚନା ଦେଇଛନ୍ତି ।  ପୂର୍ବରୁ ଏହା ୮ଦଶମିକ ୬୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏବେ ଏହା ୭ଦଶମିକ ୯୦ ଲକ୍ଷ କୋଟି ଟଙ୍କା କୁ ଖସିଥିବା ସେ କହିଛନ୍ତି।  

{"id":151116}

ବଡ଼ ଧରଣର ଆର୍ଥିକ କାରବାର ଉପରେ ନଜର ରଖିବା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକରେ ଚିଫ୍ ରିସ୍କ ଅଫିସର ନିଯୁକ୍ତ ହେବେ । ହାଉସିଂ ଫିନାନ୍ ସ କ୍ଷେତ୍ରରେ ୩ ହଜାର ୩ଶହ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ। …

{"id":151117}

ଆର୍ଥିକ ମାନ୍ଦାବସ୍ଥାକୁ ଚ୍ୟାଲେଞ୍ଜ କରିବା ଲାଗି  ପୂର୍ବରୁ  ରିଜର୍ଭ ବ୍ୟାଙ୍କ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ସରକାରଙ୍କୁ ହସ୍ତାନ୍ତର କରିଛି। ଏହି ଅର୍ଥ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ କାରବାର କରିବା ନେଇ ସରକାର ଘୋଷଣା କରିଥିଲେ।

{"id":151118}

ସେହିପରି ଦେଶର ପ୍ରତ୍ୟକ୍ଷ ବିଦେଶୀ ପୁଂଜି ବିନିଯୋଗ ପାଇଁ ସରକାର ଦ୍ବାର ଖୋଲା କରୁଛନ୍ତି। ଏସବୁ ସତ୍ତ୍ବେ ଖରାପ ଖବର ହେଉଛି ଦେଶର ଜିଡିପି ୫ ପ୍ରତିଶକୁ ଖସିଛି। ୬ ବର୍ଷରେ ଏହା ସର୍ବନିମ୍ନ ସ୍ତର। ଯାହାକୁ ନେଇ ବିରୋଧୀ କିନ୍ତୁ ସରକାରଙ୍କୁ ଘେରିଛନ୍ତି।

{"id":151119}

ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାଙ୍କ ଗୁଡ଼ିକରେ ୫୫ ହଜାର ୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ।ତେବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ବଢ଼ିବଢ଼ି ଚାଲିଛି।

{"id":151120}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.